ରାଜ୍ୟରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0
410

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ପୂର୍ବରୁ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିଲା। ହେଲେ ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ ଜଣଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଜଣାଇଛି। ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସି ସାମାଜିକ ସଂକ୍ରମଣ ଦ୍ୱାରା କରୋନାରେ ଆକ୍ରାନ୍ତ ହୋଇଛନ୍ତି ୭ ଜଣ । ଏହା ପୂର୍ବରୁ ଦିନବେଳେ କଟକରୁ ଜଣେ,ସନ୍ଧ୍ୟାରେ ବମିଖାଲର ୩ ଜଣ,ବର୍ତ୍ତମାନ ପୁରୀରୁ ଓ ଯାଜପୁରରୁ ଜଣେ ଏବଂ ଭଦ୍ରକରୁ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଥିବା କୁହାଯାଇଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here