ନବୀନଙ୍କୁ ମିଳିବ ‘ହିରୋ ଟୁ ଆନିମଲ୍ସ’ ଜାତୀୟ ସମ୍ମାନ

0
419

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଲକଡାଉନ ସମୟରେ ଖାଇବାକୁ ପାଉନଥିବା ବୁଲା ଗୋରୁ ,ଗାଇ,କୁକୁର ଓ ପକ୍ଷୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ପୁରସ୍କାର ।‘ପିପୁଲ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ଇଣ୍ଡିଆ’ ବା ପେଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ନାନିତ କରିବ ବୋଲି ଘୋଷଣା କରିଛି । ବୁଲା ଗୋରୁଗାଇ ଓ ପଶୁ ପକ୍ଷୀଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯାଜନା କରି ଆର୍ଥିକ ବ୍ୟବସ୍ଥା କରିଛନ୍ତି । ତାଙ୍କର ପଶୁପକ୍ଷୀଙ୍କ ପ୍ରତି ଏହି ପ୍ରେମଭାବ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ମ୍ୟୁନିସିପାଲ କର୍ପୋରେସନ୍ ଏବଂ ୪୮ଟି ମ୍ୟୁନିସିପାଲିଟିରେ ପଶୁଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ବାବଦକୁ ସେ ରିଲିଫ୍ ଫଣ୍ଡରୁ ୫୪ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି।

LEAVE A REPLY

Please enter your comment!
Please enter your name here