ସଦର ଥାନା ପୋଲିସ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

0
313

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର):ବ୍ରହ୍ମପୁର ସଦର ଥାନା ପୋଲିସ ସମିତି ପକ୍ଷରୁ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।ରବିବାର ପୂର୍ବାନ୍ନ ୧୧ ଘଣ୍ଟା ସମୟରେ ସଦରଥାନା ଅଧିକାରୀ ସନ୍ତୋଷିନି ଓରାମଙ୍କ ନେତୃତ୍ୱରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ପୋଲିସ କର୍ମଚାରୀମାନେ ଏକ ସଡକ ସୁରକ୍ଷା ରାଲିରେ ବାହାରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ପଥଚାରୀଙ୍କୁ ସଚେତନତା କରାଇବା ସହ ଅମାନିଆ ବାଇକ ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିଲେ।ପରେ କୁକୁଡ଼ାଖଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ତେବେ ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଡିଓ ଗଦାଧର ପାତ୍ର,ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଆୟୁର୍ବେଦିକ ମହାବିଦ୍ୟାଳୟର ଶିକ୍ଷକ ଡାକ୍ତର ବିମଳ କୁମାର ପଣ୍ଡା, ଥାନା ଅଧିକାରୀ ସନ୍ତୋଷିନି ଓରାମ,ଭିନ୍ନକ୍ଷମ ନେତା କେ. ମଣିବାବୁ, ସ୍ଥାନୀୟ ସରପଞ୍ଚ ଅଦଲ ଚେନ୍ନେୟା ପ୍ରମୁଖ ଯୋଗ ଦେବା ସହ ଲୋକଙ୍କୁ ସଚେତନତା କରାଇବା ନିମନ୍ତେ ହେଲମେଟ ପିନ୍ଧି ଗାଡି ଚଲେଇବା, ବାଇକରେ ଦୁଇଜଣରୁ ଅଧିକ ବ୍ୟକ୍ତି ନବସିବା,ମଦ୍ୟପାନ କରି ଗାଡି ନଚଳେଇବା,ଗାଡି ଚଲେଇବା ସମୟରେ ମୋବାଇଲରେ କଥା ନହେବା,ସର୍ବସାଧାରଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡି ନଚଲେଇବା,ଚାରିଚକିୟା ଗାଡି ଚଲେଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା ନେଇ ଆଦି ବିଷୟରେ ସଚେତନତା କରାଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ସଦର ଥାନାର ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲି, ଏସ୍ ଆଇ ଜ୍ୟୋତିରଞ୍ଜନ ବେହେରା,ଏସ୍ ଆଇ କେଳୁଚରଣ ମଲ୍ଲିକ,ଏସ୍ ଆଇ ମମତା ପ୍ରଧାନ,ଏସ୍ ଆଇ ସବିତା ପାଣିଗ୍ରାହୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here