ଆସିକା ସମାବାୟ କେନ୍ଦ୍ର ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡ କୁ ୫ଲକ୍ଷଟଙ୍କା ପ୍ରଦାନ

0
380

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କରୋନାର ମୁକାବିଲାକୁ ନେଇ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।ଏହି କର୍ମରେଏହି ଆସିକା ସମବାୟ କେନ୍ଦ୍ର ଉନ୍ନୟନ ବ୍ୟାଙ୍କ ମଧ୍ୟ ଆର୍ଥିକ ସହାୟତା ଯୋଗାଇଛି। ବ୍ୟାଙ୍କ ତରଫରୁ ସଭାପତି ଶ୍ରୀ ବିରେନ୍ଦ୍ର କେଶରୀ ଆରୁଖ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।ଏହି ଅର୍ଥ ରାଜ୍ୟର ବିପଦ ଓ ଜରୁରୀ କାଳୀନ ପରିସ୍ଥିତି ସମୟରେ ସହାୟକ ହେବ ଯାହାଫଳରେ ବହୁ ଲୋକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି

LEAVE A REPLY

Please enter your comment!
Please enter your name here