ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ଦ୍ଵିତୀୟ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହୋଇଯାଇଅଛି।ଏହି ପବିତ୍ର ନବୀନାର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି, ଯାଜକ ସୁରେଶ ନାୟକ,ଯାଜକ ଅନନ୍ତ ନାୟକ ଓ ଯାଜକ ସୁବିର ସିଂ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ।ଯାଜକ ଅନନ୍ତ ନାୟକ ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ “Marry, the refuge of sinners” ବା “କୁମାରୀ ମେରୀ ପାପୀଙ୍କର ଶରଣ”,ଏହି ବିଷୟରେ ଭକ୍ତ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳର JESUS YOUTH ର ଯୁବ ଗୋଷ୍ଠି ସଙ୍ଗୀତ ପରିଚାଳନା ଓ ଗେଟ ବଜ଼ାର ଅଂଚଳର ଭକ୍ତଗଣ ଏହି ଦିବ୍ୟଯଜ୍ଞରେ ସାହାଯ୍ୟ କରିଥିଲେ।ଏହି ଦ୍ଵିତୀୟ ନବୀନା ଉତ୍ସଵର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ ମଦେର ତେରେସା ସଂଘର ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟ ମନେ ସହଯୋଗ କରିଥିଲେ।