କିମସ ଓ ଅଶ୍ଵିନୀ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ୍-୧୯ ହସ୍ପିଟାଲ

0
327

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ମାତ୍ର ଏକ ସପ୍ତାହ ଭିତରେ ପ୍ରସ୍ତୁତ ହୋଇଛି ରାଜ୍ୟର ଦୁଇଟି ପ୍ରମୁଖ କୋଭିଡ୍-୧୯ ହସ୍ପିଟାଲ । ଭୁବନେଶ୍ୱରର କିମସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ଓ କଟକ ଅଶ୍ଵିନୀ ହସ୍ପିଟାଲ ପରିସରରେ ୧୫୦ ଶଯ୍ୟା ବିଶିଷ୍ଟ କରୋନା ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ହୋଇଛି।ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ମାଗଣା ଚିକିତ୍ସା, ଖାଇବା ଓ ରହିବା ସୁବିଧା ଉପଲବ୍ଧ ହେବ। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ସରକାର ଏହି ଦୁଇ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି। ଉଭୟ ହସ୍ପିଟାଲର ଡାକ୍ତର ଓ ଅର୍ଦ୍ଧ-ଡାକ୍ତରୀ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ମାତ୍ର ସପ୍ତାହ ଭିତରେ ଡାକ୍ତରଖାନା ପ୍ରସ୍ତୁତ କରିଥିବାରୁ ଉଭୟ କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here