ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
294

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ଠାରେ ବ୍ରହ୍ମପୁର ସହରର ପ୍ରତିଷ୍ଠିତ ଆଧ୍ୟତ୍ମିକ ସାମାଜିକ ଓ ସେବା ଅନୁଷ୍ଠାନ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ଓ ଆୟୁଷ୍ମାନ ମେଡିକୋ 360 ଓ କିୟୁର ବୋୟ ଚକ୍ଷୁ ଚିକିତ୍ସାଳୟ ଓ ଅଞ୍ଚଳର ଯୁବ ସଂଗଠକ କାଳିପ୍ରସାଦ ପାଢୀ (ବୁଡୁ ପାଢୀ)ଙ୍କମିଳିତ ସହଯୋଗରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୁଷ୍ମାନ ମେଡିକୋ 360 ର ଅଭିଜ୍ଞ ମେଡିସିନ ଡାକ୍ତର ଏନ ସନ୍ତୋଷ କୁମାର ଓ ଦନ୍ତ ଚିକିତ୍ସକା ଡାକ୍ତର ଏସ ସାହିତ୍ୟା, ବରିଷ୍ଠ ନେରପଥି (ସ୍ନାୟୁ) ଡାକ୍ତର ମହେଶ ଚନ୍ଦ୍ର ପଟ୍ଟନାୟକ,ଫିଜିଓଥେରାପି ଡାକ୍ତର ଜିତେନ୍ଦ୍ର କୁମାର ଦାସ,କିୟୁର ବୋୟ ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ପ୍ରଦିପ କୁମାର ସାହୁ,ସହଯୋଗୀ ରବୀନ୍ଦ୍ର ନାଥ ବ୍ରହ୍ମା,ପାଥୋଲୋଜି ବିଶେଷଜ୍ଞ ପ୍ରଭାସ ଦୋରାଙ୍କ ସମେତ ବହୁ ଅଭିଜ୍ଞ ଚିକିତ୍ସକ ଯୋଗଦେଇ 150ରୁ ଊର୍ଦ୍ଧ୍ବ ରୋଗୀଙ୍କ ରକ୍ତଚାପ ବ୍ଲଡ ସୁଗାର ପରୀକ୍ଷାର ସହ ଚକ୍ଷୁ ଓ ଅନ୍ଯାନ୍ଯ ରୋଗ ସମ୍ବନ୍ଧୀତ ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧର ବ୍ୟବସ୍ଥା କରାଯାଇ ଆବଶ୍ୟକ ରୋଗୀଙ୍କୁ ଅସ୍ତ୍ରୋପଚାର ର ବ୍ୟବସ୍ଥାର କରାଯାଇଥିଲା।ଏହି ଶିବିର କୁ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ଶ୍ରୀ କ୍ରିଷ୍ଣା ଭେୟାଜୀ,ରାମାଧିନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ମହାରାଜ ହରିହର ଦାସ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସାମ୍ବାଦିକ ତଥା ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସାଂଗଠନିକ ସଭାପତି ଅନିଲ କୁମାର ଚୌଧୁରୀ,ଯୁବ ସମାଜସେବୀ ଚନ୍ଦ୍ର ଶେଖର ଭୂୟାଁ,ଦେବ ଦୁର୍ଲ୍ଲଭ ସାହୁ, ସମାଜସେବୀ ସୁକାନ୍ତ କୁମାର ପାଣିଗ୍ରାହୀ,ଦ୍ବାରିକା ମହାନ୍ତି,ସନ୍ତୋଷ ମହାନ୍ତି,ଦିପକ ପାଣିଗ୍ରାହୀ, ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା, ସି ଏଚ ହରପ୍ରସାଦ,ବାବୁଲା ନାୟକ, ମୁନା ମୁଖୀ,ଏନ ଟୁନା,ସାଇବ ମୁଳି,ପପୁନ ଦାସ,ସୁରେନ୍ଦ୍ର କୁମାର ଦାସ,କମଳ କୁମାର ହାତି,ସନ୍ତୋଷ ଆଚାରୀ,ଶିବ ଶଙ୍କର ଦାସ,ବାଉରୀ ସାହୁ,ମୁନା ରାଉତ,ବିନାୟକ ରଥ,ଅମିର ମୃଦଙ୍ଗିଆ ଙ୍କ ସମେତ ବହୁ ଅଞଳ ବାସୀ ସହଯୋଗ କରିଥିଲେ।ପ୍ରହଲ୍ଲାଦ ସାହୁଙ୍କ ମହତ୍ମା ଗାନ୍ଧୀଜୀଙ୍କ ବେଷ ବେସ ଆକର୍ଷକ ହୋଇଥିଲା।କାଳି ପ୍ରସାଦ ପାଢୀ (ବୁଡୁ ପାଢୀ) ଏବଂ ତାଙ୍କର ସହଧର୍ମିଣୀ ଅର୍ଚନା ପାଢୀ ଏବଂ ଯୁବନେତା ପ୍ରହଲ୍ଲାଦ ପାତ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଶିବିର ଅନୁଷ୍ଠିତ ହୋଇ ଥିବାରୁ ଉପସ୍ଥିତ ସମସ୍ତେ ସାଧୁବାଦ ଜଣାଇବା ସହ ଅଞ୍ଚଳ ବାସୀ ମଧ୍ଯ ସାଧୁବାଦ ଜଣାଇ ଥିଲେ।

LEAVE A REPLY

Please enter your comment!
Please enter your name here