କରୋନା ସଂକ୍ରମିତ ଦ୍ଵିତୀୟ ରୋଗୀ ହେଲେ ସୁସ୍ଥ

0
329

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ସମ୍ପୂର୍ଣ ରୂପେ ସୁସ୍ଥ ହୋଇ ଯାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ମାର୍ଚ୍ଚ ୧୯ତାରିଖରେ ଇଂଲଣ୍ଡରୁ ଫେରିଥିବା ଏହି ଯୁବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏମ୍ସରେ ଡାକ୍ତର ଦେଖିବା ପରେ ତାଙ୍କୁ ଏମ୍ସରେ ଆଇସୋଲେସନ୍ରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ତେଣୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି

LEAVE A REPLY

Please enter your comment!
Please enter your name here