ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମର ପ୍ରସିଦ୍ଧ ମେରୁଯାତ୍ରା ବନ୍ଦ ନିଷ୍ପତ୍ତି

0
414

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା ) : ଚଳିତ ବର୍ଷ ବନ୍ଦ ହେଲା ଗଞ୍ଜାମର ପ୍ରସିଦ୍ଧ ମେରୁ ଯାତ୍ରା । ମହାମାରୀ କରୋନାର କରାଳ ପ୍ରକୋପ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି କରିଥିବା ଯୋଗୁଁ ଏହାର ମୁକାବିଲା ପାଇଁ ଲକ୍ ଡାଉନ ଜାରି ରହିଥିବାରୁ ଗଞ୍ଜାମର ପ୍ରସିଦ୍ଧ ମେରୁଯାତ୍ରା ସର୍ବସାଧାରଣାରେ ପାଳିତ ହେବ ନାହିଁ ବୋଲି ସୂଚନା ମିଳିଛି । ଚୈତ୍ର ମାସର ସଂକ୍ରାନ୍ତି ଅବସରରେ ହୋଇଥାଏ ଏହି ପର୍ବ। ମାସ ତମାମ ପାଳନ ହୋଇଥାଏ ମେରୁ ଯାତ୍ରା । କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ମହାମାରୀ କରୋନା ଯୋଗୁଁ ଦଣ୍ଡ ଯାତ୍ରାକୁ ନିଷିଦ୍ଧ କରାଯାଇଥିଲା । ଚୈତ୍ର ମଙ୍ଗଳବାର ଅବସରେ ତାରାତାରିଣୀ ପୀଠ ସମେତ ବିଭିନ୍ନ ଶକ୍ତି ପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବନ୍ଦ କରି ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡ଼ିଓ କ୍ଲିପ ଜରିଆରେ ଦେଇଥିବା ସୂଚନା ଅନୁଯାୟୀ ସଂକ୍ରାନ୍ତି ଅବସରରେ କୌଣସି ମନ୍ଦିର ଖୋଲାଯିବ ନାହିଁ କେବଳ ପୂଜକ ରହି ମନ୍ଦିରର ନୀତିକାନ୍ତି କରିବେ । ଲୋକମାନେ ଘରେ ରହି ମେରୁ ସଂକ୍ରାନ୍ତି ପାଳନ କରିବେ । ଯଦି କୌଣସି ବ୍ୟକ୍ତି ସରକାରଙ୍କ ନିୟମକୁ ଉଲ୍ଲଘଂନ କରନ୍ତି ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here