୧୫ ଦିନ ହେବ ନିଖୋଜ ଅଛନ୍ତି ଶକୁନ୍ତଳା ବିଷୋୟୀ

0
659

ଶେରଗଡ(ଆଶ୍ୱିନ କୁମାର ମିଶ୍ର):ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରୀଗଡ଼ ଗ୍ରାମର ଶକୁନ୍ତଳା ବିଷୋୟୀ (ଶିବାନୀ) ତା-୧୫-୦୩-୨୦୨୦ ଠାରୁ ନିଖୋଜ ହେଇଥିବାର ସୂଚନା ମିଳିଛି I ସମ୍ପୃକ୍ତ ଲୋକର ପରିବାର ବର୍ଗ ନିକଟସ୍ଥ ସଦର ଥାନାରେ ଏତଲା ଦେଇଥିଥିଲେ I ଏହାପରେ ପୋଲିସ ନିଜ କାର୍ଯ୍ୟ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବାର ସୂଚନା ମିଳିଛି I ତାଙ୍କ ସ୍ୱାମୀ ଭଜରାମ ବିଷୋୟୀ ମୃତ୍ୟବରଣ କରିସାରିଥିବା ବେଳେ ତାଙ୍କ ପରିବାର ବର୍ଗ ନ ପାଇଁ ଚିନ୍ତିତ ଅଛନ୍ତି I ନିଖୋଜ ଜଣଙ୍କ ଦେହ ଖରାପ ହେତୁ ସେ ସ୍ଥାନୀୟ ବଡ ମେଡିକାଲ କୁ ପରୀକ୍ଷା ପାଇଁ ଯାଇ ଆଉ ଫେରିନଥିବାର ଜଣାପଡିଛି I ଏହାଦ୍ୱାରା ପରିବାର ବର୍ଗ ସ୍ଥାନୀୟ ସମସ୍ତ ଗ୍ରାମ ଖୋଜ ଖୋଜି କରି ପାଇନଥିଲେ I ନିଖୋଜ ଜଣଙ୍କ ଘରୁ ବାହାରିବା ବେଳେ ଚନ୍ଦନ ରଙ୍ଗ ର ମଠା ପିନ୍ଧି ବାହାରିଥିଲେ I ସେ ଜଣେ ବୃଦ୍ଧା ହେଇଥିବା ବେଳେ ତାଙ୍କ ଆଖିକୁ ଦେଖାଯାଉନଥିବାର ପରିବାରବର୍ଗ କହିଛନ୍ତି I ନିଖୋଜ ଜଣଙ୍କ ପରିବାର ବର୍ଗ ଅନୁରୋଧ କରିଛନ୍ତି ଯେ ଯଦି କେହି ସ ହୃଦୟ ବ୍ୟକ୍ତି ତାଙ୍କୁ ଦେଖିବେ ତା ତାଙ୍କ ୭୭୩୫୨୦୯୪୫୧ ରେ ଜଣାଇବେ I

LEAVE A REPLY

Please enter your comment!
Please enter your name here