ହାତୀଓଟ ଗ୍ରାମ ପଂଚାୟତ ରେ ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

0
592

ପୋଲସରା(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଘୋଷଣା ପରେ ପୋଲିସ ଓ ପ୍ରଶାସନ ତରଫରୁ ବିଭିନ୍ନ ନିୟମ କୁ କଡାକଡି କରାଯାଇଛି । ଏହି ପରିସ୍ଥିତି ରେ ଗରିବ ଲୋକ ମାନେ ଦିନ କୁ ଦି ଓଳା ଖାଇବାକୁ ମଧ୍ୟ ପାଉନାହାନ୍ତି। ଏହି ପରିପ୍ରେକ୍ଷୀରେ ପୋଲସରା ବ୍ଳକର ହାତୀଓଟ ଗ୍ରାମ ପଞ୍ଚାୟତରେ ଆଜି କୋରୋନା ଭାଇରସ ସକାଶେ ଗରିବ ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା ଓ ସେମାନଙ୍କୁ ପରଷା ଯାଇଥିଲା। ଏଥିରେ ସରପଞ୍ଚ ଶ୍ରୀ ନାରାୟଣ ସେଠୀ, ସମିତି ସଭ୍ୟା ପ୍ରତିନିଧି ମୁନା ଭାଇ,LS ହାତୀଓଟ ସଚଳା ପଣ୍ଡା,VLW କିଶୋର ଚନ୍ଦ୍ର ସାହୁ, ୱାର୍ଡ ମେମ୍ବର ସୁଶାନ୍ତ କୁମାର ସାହୁ, ସମସ୍ତ ଅଙ୍ଗନବାଡ଼ି ଦିଦି,ଏବଂ ସମସ୍ତ ଆଶା ମାଆ ମାନେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here