ଗଞ୍ଜାମ ଜିଲ୍ଲାପାଳଙ୍କ ଭଞ୍ଜନଗର ଗସ୍ତ.. କୋଭିଡି କେୟାର ସେଣ୍ଟର ଅଗ୍ରଗତି ନେଇ ସମୀକ୍ଷା

0
316

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରୋନା କୁ ନେଇ ବର୍ତ୍ତମାନ ଗଂଜାମ ଜିଲ୍ଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ | ସାରା ଓଡ଼ିଶାରେ କୋରୋନା ଅ।କ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଯାହାକି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଓଡ଼ିଶାରେ ଅଧିକା ଆକ୍ରାନ୍ତିତ ଜିଲ୍ଲା ଭାବେ ପରିଗଣିତ | ଏମିତି କି ଜିଲ୍ଲାରେ ଏବେ କୋରୋନା ଅ।କ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଟପି ସାରିଲାଣି |ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି | ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର, ହିଞ୍ଜିଳିକାଟୁ ସହ ଭଞ୍ଜନଗର ଠାରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଉଛି | ସ୍ଥାନୀୟ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ଛାତ୍ରୀ ନିବାସ ଏଵଂ ୟୁବି ହାଇସ୍କୁଲ ପରିସରରେ ଥିବା ହଷ୍ଟେଲକୁ ମିଶାଇ ପାଖା ପାଖି 100 ବେଡ଼ ପାଇଁ ଯୋଜନା କରାଯାଉଥିବା ଜିଲ୍ଲାପାଳ କହୁଛନ୍ତି | ଖୁବ ଶିଘ୍ର ଏଠାରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବାର ସୂଚନା ରହିଥିବା ବେଳେ ସମସ୍ତ ପ୍ରକାର କୋରୋନା ମୁକାବିଲା ନେଇ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପରେ କୁଲାଡ଼ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ଉତ୍ତମ ପରିଚାଳନା ପାଇଁ ଉପଜିଲ୍ଲାପାଳ, ବିଡ଼ିଓ ତହସିଲଦାର, ଏଵଂ ସଙ୍ଗରୋଧ ରେ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଶଂସା କରିବା ସହ ଏମିତି ଉତ୍ତମ ବୁଝାମଣା ରଖି କାର୍ଯ୍ୟ କରି ଚାଲିବାକୁ ପରାମର୍ଶ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ବିଡ଼ିଓ ଅନିଲ କୁମାର ସେଠି, ତହସିଲଦାର ଆଲୋକ କୁମାର ପ୍ରଧାନ, ଏବିଡିଓ ଭଜରାମ ବିଶ୍ୱାଳ, ମେଡିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥୀ ସମେତ ଅନ୍ୟ ଅଫିସିଆଲ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here