ଲକ୍ ଡାଉନ ଯୋଗୁଁ ଐତିହାସିକ ଗାଲେରି ଦଣ୍ଡଯାତ୍ରା ବନ୍ଦ ନିଷ୍ପତ୍ତି

0
526

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ)- ପ୍ରାୟ ୪୦୦ବର୍ଷ ତଳର ପରମ୍ପରା ଆଜି ବନ୍ଦ ହେବ ସୂଚନା ଅନୁଯାୟୀ ଗାଲେରୀ ଗ୍ରାମର ପ୍ରସିଦ୍ଧ ଐତିହାସିକ ମା ଦଣ୍ଡକାଳୀ ଙ୍କ ଦଣ୍ଡଯାତ୍ରା ଚଳିତ ବର୍ଷ କରୋନା ଭୁତାଣୁ ଯୋଗୁଁ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯାତ୍ରା କମି ଟି ତରଫରୁ ଦଣ୍ଡଯାତ୍ରା ବନ୍ଦକରିବା ପାଇଁ ନିଷ୍ପତ୍ତି ହୋଇଛି।ଯାହାଫଳରେ ବହୁ ଭକ୍ତଙ୍କ ମନ ଓ ପ୍ରାଣ ରେ ଗଭୀର ଆଘାତ ଲାଗିଛି।ଗାଲେରୀ ଗ୍ରାମ ରେ ଥିବା ପ୍ରସିଦ୍ଧ ଦଣ୍ଡକାଳୀ ମନ୍ଦିରରେ ବର୍ଷ ତମାମ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ।ସେଥିମଧ୍ୟରେ ବହୁ ଭକ୍ତ ଦଣ୍ଡ ଯାତ୍ରା ପାଇଁ ମାନସିକ ରଖିଥାନ୍ତି।କେଉଁ ବର୍ଷ କାହାକୁ ମାଆ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ସୁଯୋଗ ମିଳିବ ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଲାଗିରହିଥାଏ।ଗାଲେରୀ ମା ଦଣ୍ଡକାଳୀ ପ୍ରତ୍ୟେକ୍ଷ ଦେବୀ ଭାବେ ଚାରିଆଡେ ବେଶ ପରିଚିତ ଥିବାରୁ ବହୁ ଦୂରଦୂରାନ୍ତରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟୁ ଥିବାବେଳେ ଦଣ୍ଡଯାତ୍ରା ସମୟରେ ପ୍ରାୟ ୮ଶହ ରୁ ଏକହଜାର ଦଣ୍ଡୁଆ ଉପସ୍ଥିତ ହୋଇଥାନ୍ତି।ତେଣୁ ସମସ୍ତେ ବର୍ଷର ଏହି ଦଣ୍ଡଯାତ୍ରା କୁ ଚାହିଁ ରହିଥାନ୍ତି।ହେଲେ ଲକ ଡାଉନ କାରଣରୁ ପୋଲିସ ପ୍ରଶାସନ ଯାତ୍ରା କମିଟି ସହ ଆଲୋଚନା କରି ଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଘୁମୁସରର ପ୍ରସିଦ୍ଧ ମା ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଚଳିତ ବର୍ଷ ବନ୍ଦ କରାଯାଇ କେବଳ ପୂଜାବିଧିରେ ସୀମିତ ରଖାଯାଇଛି। ଏହି ନିୟମକୁ ଗାଲେରୀ ମା’ ଦଣ୍ଡକାଳୀ କମିଟି ସମର୍ଥନ ଜଣାଇଛି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ୪୦୦ ବର୍ଷର ଗାଲେରୀ ଦଣ୍ଡନାଚର ଇତିହାସ ରେ ଦଣ୍ଡନାଚ ବନ୍ଦ ହେବାର ଏହା ପ୍ରଥମ ଘଟଣା ହେବ

LEAVE A REPLY

Please enter your comment!
Please enter your name here