ଭଞ୍ଜନଗର – ଦେବଦୂତ ସାଜିଲେ ଯୁବ ସମାଜସେବୀ ପ୍ରଦୀପ ଜେନା ରକ୍ତହୀନତା ଝିଅ କୁ ଦେଲେ ରକ୍ତ

0
594

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ଭୁତାଣୁ ପାଇଁ ଦେଶ ବ୍ୟାପି ସରକାର ଲକ୍ଡାଉନ ଘୋଷଣା କରିଛନ୍ତି ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏଭଳି ପରିସ୍ଥିତି ରେ ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆ ଯାଉଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜନ ହୋଇପାରୁନାହିଁ। ମେଡିକାଲର ରକ୍ତ ଭଣ୍ଡାର ମଧ୍ୟ ରକ୍ତରହିପାରୁନି ଏଭଳି ସମୟରେ ଦେବଦୂତ ସାଜି ୭ ବର୍ଷର କୁନି ଝିଅ ପୂଜା ନାଇକ କୁ ରକ୍ତ ଦେଇଛନ୍ତି ସାନକୋଦଣ୍ଡା ଗ୍ରାମ ପଂଚାୟତ ବାହାଡ଼ା ପଦର ଗ୍ରାମର ଯୁବ ସମାଜ ସେବୀ ପ୍ରଦୀପ ଜେନା । ସୂଚନାଯୋଗ୍ୟ ସୋରଡା ବ୍ଲକ ଅନ୍ତର୍ଗତ ଲାଠିପଡା ଗ୍ରାମର ପଞ୍ଚାନନ ନାଇକ ଙ୍କ ଝିଅ ପୂଜା ନାଇକ ରକ୍ତହୀନତା ରେ ଆକ୍ରାନ୍ତ। ଡାକ୍ତର ଙ୍କ ନିଦେଶ କ୍ରମେ ପୂଜାକୁ ବିଭିନ୍ନ ସମୟରେ ରକ୍ତ ଦିଆ ଯାଉଥିଲା। ହେଲେ ବିଗତ କିଛି ଦିନ ହେବ ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନଥିବାରୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ର ରକ୍ତ ଭଣ୍ଡାର ରେ ସଂକଟ ଦେଖାଦେଇଛି। ଏହି ସମୟରେ ପୂଜାକୁ AB+ ବିରଳ ରକ୍ତ ଦରକାର ପଡିବାରୁ ତାହା ରକ୍ତ ଭଣ୍ଡାର ରେ ନଥିଲା।ଅପରପକ୍ଷେ ରେ ସମସ୍ତ ପ୍ରକାର ଯାତାୟତ ବନ୍ଦ ଥିବା ଯୋଗୁଁ ରକ୍ତ ମିଳିବାରେ ମଧ୍ୟ ଅସୁବିଧା ହୋଇଥିଲା।ଏଭଳି ଏକ ଜରୁରୀ କାଳୀନ ଖବର ପାଇ ସମାଜ ସେବୀ ପ୍ରଦୀପ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ଯାଇ ରକ୍ତଦାନ କରିଥିଲେ । ବର୍ତ୍ତମାନ ଝିଅ ପୂଜାର ସ୍ବାସ୍ଥ୍ୟ ବସ୍ତା ଠିକ ରହିଛି। ସୂଚନାଯୋଗ୍ୟ ସମାଜ ସେବୀ ପ୍ରଦୀପ ଆଗରୁ ମଧ୍ୟ ବହୁବାର ରକ୍ତଦାନ କରିଥିବା ବେଳେ ସେ ହେଉଛନ୍ତି ସାନକୋଦଣ୍ଡା ଗ୍ରାମ ପଂଚାୟତ ସମିତି ସଭ୍ୟ ଶ୍ରୀମତୀ ଶୈଳଵାଳା ବିଷୋୟୀ ତଥା ଓଡ଼ିଶା ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ଜଗବନ୍ଧୁ ଜେନା ସୁପୁତ୍ର। ପ୍ରଦୀପ ଙ୍କ ଏଭଳି ମହାନ କାଯ୍ୟ କୁ ସବୁଆଡୁ ପ୍ରଶଂସା ର ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here