କେ. ବରିଡା ଠାରେ ଗଛକୁ ପିଟିଲା ବାଇକ, ଚାଳକ ଗୁରୁତର

0
556

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ. ବରିଡା ଠାରେ ମଙ୍ଗଳବାର ସକାଳ 9 ଘଣ୍ଟ ସମୟରେ ଏକ ବାଇକ ଦୁର୍ଘଟଣା ହେବା ଫଳରେ ଚାଳକ ଗୁରୁତର ଆହତ ହୋଇ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l ପ୍ରାପ୍ତ ବିବରଣୀରୁ ପ୍ରକାଶ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ତୋଟାପଡା ଗ୍ରାମର ମହେନ୍ଦ୍ର ଦାସ କୌଣସି କାମରେ ନିଜ ବଜାଜ ସିଟି -100 ବାଇକ ଯୋଗେ ବେଗୁନିଆପଡା ଯାଇ ଗାଁକୁ ଫେରୁଥିବା ବେଳେ କେ. ବରିଡା ପୋଖରୀ ନିକଟସ୍ଥ ବାଙ୍କ ଠାରେ ନିଜର ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ l ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇ ଚିକିତ୍ସା ଚାଲିଛି l ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡିଛି l ଖବର ପାଇ ବେଗୁନିଆପଡା ପୁଲିସ ଘଟଣାସ୍ଥଳରେ ପହଂଚି ବାଇକ ଜବତ କରିବା ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here