କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ କୁ ଯୁବ ବ୍ୟବସାୟୀଙ୍କ ସହାୟତା

0
488

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା)ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ରେ ଆକ୍ରାନ୍ତ । ଆଉ ଏହି ମହାମାରୀ ଠାରୁ ଦୂର କରିବା ଲାଗି ବିଶ୍ୱ ତଥା ସମଗ୍ର ଭାରତ ସଂଗ୍ରାମ ଜାରି କରିଛନ୍ତି । ଓଡିଶା ସରକାର ମଧ୍ୟ ଏହି ଲଢେଇ ଜାରି ରଖିଥିବା ବେଳେ ବିଭିନ୍ନ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ବିଭିନ୍ନ ସ୍ୱେଚ୍ଛାସେବୀ ଓ ବ୍ୟବସାୟୀ ସହାୟତା ଯୋଗାଇ ଆସୁଛନ୍ତି । ସେହିଭଳି ବ୍ରହ୍ମପୁର ଯୁବ ବ୍ୟବସାୟୀ ତଥା ବିଜେଡ଼ି ନେତା ପାର୍ଥ ପାଢ଼ୀ ଏବଂ ବୁଡୁ ମହାନ୍ତି ଏବଂ ବ୍ରହ୍ମପୁର ବଜାଜ୍ ଡ଼ିଲର ଙ୍କ ସହଯୋଗ କ୍ରମେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧,00000 /- ଟଙ୍କାର ଏକ ଡ଼ି.ଡି ପ୍ରଦାନ କରିଛନ୍ତି । ଏଭଳି କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ସେ ଆଗକୁ ସାହାର୍ଯ୍ୟ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here