ବାରୁଡା ଅଗ୍ନି ବିପନ୍ନ ଙ୍କୁ ସହାୟତାର ହାତ ବଢ଼ାଇଲା ନିଗମାନନ୍ଦ ଏଜୁକେଶନ ସେଣ୍ଟର

0
342

ଭଞ୍ଜନଗର (ନିଲୁ ବିଷୋୟୀ ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡା ଗ୍ରାମର ତଳ ସାହିରେ ମଙ୍ଗଳବାର ମଧ୍ୟାହ୍ନ ରେ ଅଗ୍ନିକାଣ୍ଡ ଘଟି ସର୍ବସାନ୍ତ ହୋଇଥିବା ୮ ପରିବାର କୁ ଭଞ୍ଜନଗର ନିଗମାନନ୍ଦ ଏଜୁକେଶନ ସେଣ୍ଟର ତରଫରୁ ଅଗ୍ନି ବିପନ୍ନ ପରିବାର କୁ ସହାୟତା ପ୍ରଦାନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଅଗ୍ନି ବିପନ୍ନ ଙ୍କୁ ପୁରାତନ ବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ପଦାର୍ଥ ଚୁଡ଼ା, ଅମୂଲ, ଚିନି, ବ୍ରେଡ, ବିସ୍କୁଟ ସହିତ ସାନିଟାଇଜର ବଣ୍ଟନ କରାଯାଇଛି। ଅନୁଷ୍ଠାନ ର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ସଦସ୍ୟ ସୁଦାମ ଦଳବରା, ପ୍ରଭାତୀ ମଞ୍ଜରୀ ବେହେରା, ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରକାଶ ଯେ ମଙ୍ଗଳବାର ବାରୁଡା ଗ୍ରାମ ତଳସାହୀ ଅଗ୍ନିକାଣ୍ଡ ଘଟି ଗ୍ରାମର ୮ ପରିବାର ଘର ଓ ଗୁହାଳ ଘର ପୋଡି ପାଉଁଶ ହୋଇଥିଲା। ଗ୍ରାମର ଝୁନୁ ପ୍ରଧାନ, ନବୀନ ସାହୁ,ବାବୁଲି ବିଷୋୟୀ, ଖଦାଳ ବେହେରା,ଲଷ୍ମଣ ବେହେରା,ରାମ ବେହେରା,କୃଷ୍ଣ ବେହେରା,ଝରଣା ସାହୁ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here