ବାଣପୁର ଅଞ୍ଚଳରୁ ଶ୍ରମିକ ଚାଲିଚାଲି ଆସିଲେ, ନୂଆଗଡ଼ ଠାରେ ସ୍ଵେଚ୍ଛାସେବୀ ଖାଇବାକୁ ଦେଲେ

0
474

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ କିଶୋର ମହାରଣା): କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି l ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର 10 ରୁ ଅଧିକ ଶ୍ରମିକ ବାଣପୁର ଅଞ୍ଚଳରେ କାମ କରୁଥିଲେ l ଲକ୍ ଡାଉନ୍ ହେବା ଯୋଗୁଁ ସେମାନେ ଆଜି ବଡ କଷ୍ଟରେ ଚାଲିଚାଲି ଆସି ଅଙ୍ଗାର ଗାଁ ପଞ୍ଚାୟତ ର ନୂଆଗଡ଼ ଠାରେ ପହଁଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ସ୍ଵେଚ୍ଛାସେବୀ ଏକ ଘରେ ରଖି ପ୍ରଥମେ ସ୍ଥାନୀୟ ସରପଞ୍ଚ କୁ କହିବା ପରେ ସେ ଶ୍ରମିକ ମାନଙ୍କୁ ଛାଡିବା ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି କହିବା ପରେ ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ ଙ୍କୁ କହିବା ପରେ ସେ ମଧ୍ୟ ମନା କରିଦେଇଥିଲେ l ଏହା ଭିତରେ ସ୍ଵେଚ୍ଛାସେବୀ ମାନେ ଶ୍ରମିକ ମାନଙ୍କୁ ଖାଇବାକୁ ଦେଇଥିଲେ l ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶ୍ରମିକମାନେ ଅସନ୍ତୋଷରେ ପୁଣି ଚାଲିଚାଲି ନିଜ ଗ୍ରାମ ସମା ପଞ୍ଚାୟତର ସିଙ୍ଗିପୁର ଅଭିମୁଖେ ଯାଇଥିଲେ

LEAVE A REPLY

Please enter your comment!
Please enter your name here