ଚିରିକିପଡା ଶାସନରେ ମଶାରୀ ବଣ୍ଟନ

0
260

ପୋଲସରା( ନ୍ୟୁଜ ଏକ୍ସଟ୍ରା ) ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଅଙ୍ଗନବାଡି କେନ୍ଦ୍ର – ୫ ରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିରିକିପଡା ଶାସନ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ରୋଗୀ କଲ୍ଯାଣ ସମିତି ତରଫରୁ ଅନୁଷ୍ଠିତ ଏହି ଔଷଧଧିୟ ମଶରୀ ବଣ୍ଟନ କାର୍ଯ୍ୟକ୍ରମକୁ ଡାକ୍ତର କମଳ ଲୋଚନ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିରିକିପଡା ଶାସନ ସରପଞ୍ଚ ସୁଜାତା ସାହୁ, ଅଞ୍ଚଳ ପରିଦର୍ଶିକା ସୁରଭୀ କୁସୁମ ଦାସ, ମହିଳା ସ୍ବାସ୍ଥ୍ୟ କର୍ମୀ ଗୌରୀ ପ୍ରଧାନ ଓ ସୁଚିତ୍ରା ସାହୁ ଯୋଗଦେଇ ଲୋକଙ୍କୁ ମଶାରୀ ବଣ୍ଟନ କରିଥିଲେ। ଏହି ମଶାରୀ ଦ୍ବାରା ମଶାବାହିତ ରୋଗ ନିରାକରଣ ପାଇଁ ଦୀର୍ଘସ୍ଥାୟୀ ଔଷଧୀୟ ଗୁଣ ମଶାରୀ ବଣ୍ଟନ କରାଯିବାକୁ ସରକାର ବ୍ଯବସ୍ଥା କରିଛନ୍ତି ବୋଲି ଡାକ୍ତର କମଳ ଲୋଚନ ଦାସ ପ୍ରକାଶ କରିଥିଲେ। ଏହି ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଚନ୍ଦ୍ରଭାନୁ ସାହୁ, ସମିତି ସଭ୍ୟା ପ୍ରତିନିଧି ମନୋଜ ସାହୁ, ନାଏବ ସରପଞ୍ଚ ଜିତେନ୍ଦ୍ର ନାୟକ, ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ରହି ମଶାରୀ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ ମହାରଣା

LEAVE A REPLY

Please enter your comment!
Please enter your name here