ଲକ୍ ଡାଉନ୍ ରେ ଆଇନଅମାନ୍ୟ କରି ୨୦ କୋର୍ଟ ଚାଲାଣ

0
439

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭୟାବହ କୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ୍ ଘୋଷଣା କରି ଅତି ଆବଶ୍ୟକ କାମ ନ ଥିଲେ ଲୋକମାନେ ଘରୁ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ନାମା ଜାରିକରିଛନ୍ତି ଏବଂ ଏହି ନିର୍ଦ୍ଦେଶ କୁ ଅବମାନନା କଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ବିଭାଗ କୁ କହିଛନ୍ତି ।କିନ୍ତୁ କିଛି ଲୋକ ଜାଣିଶୁଣି ଆଇନ ଅମାନ୍ୟ କରୁଥିବାରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ଏ।ନେଇ ଗାଙ୍ଗପୁର ଥାନାରେ ତିନି ଦିନ ମଧ୍ୟରେ ଛଅଟି ମାମଲା ରୁଜୁ କରି ୧୪ ଜଣକୁ ଗିରଫକରି ଆସ୍କା ଓ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ।ସେହିପରି ବେଲଗୁଣ୍ଠା ଫାଣ୍ଡି ରେ ମଧ୍ୟ ଛଅଟି ମାମଲା ରୁଜ୍ଜୁ କରି ଛଅ ଜଣଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।ଏମାନେ କିଏ ବେଆଇନ ଭାବେ ଜଳଖିଆ ଦୋକାନ ଖୋଲିଥିବା ବେଳେ କିଏ ପାନ ଦୋକାନ ଓ କିଏ ମଦ ବିକ୍ରି କରୁଥିଲେ ।ଆଉ କିଛି ଜଣ ବିନା ଆଦେଶନାମାରେ ଗାଡି ଧରି ଯାଉଥିବା ବେଳେ ଗିରଫ କରାଯାଇଛି ।ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା,ମୁନିଗାଡି ,ଷଢ଼ଙ୍ଗୀ ପଲ୍ଲୀ ,ନାଟେଙ୍ଗା,ବନ୍ଥପଲ୍ଲୀ,କାଳୁକୁ ଓ କଳାସୁତା ଗ୍ରାମର ମାମଲା ରୁଜ୍ଜୁ ହୋଇଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ପୋଲିସ ଉଢୁରାରେ ତିନୋଟି,ଆମ୍ବପୁଆରେ ଗୋଟିଏ ଓ ବେଆଇନ ଭାବେ ରାସ୍ତାରେ ଗାଡି ଧରି ଯାଉଥିବା।ଜଗନ୍ନାଥ ପ୍ରସାଦ ଥାନା ଝାଡଭୁମି,ଉଦୟଗିରି ଥାନା ରାଇପଲ୍ଲି ଗାମର ଦୁଇଜଣଙ୍କ ନାମରେ।ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି । ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଡି.ଏସ.ପି ସଞ୍ଜୟ କୁମାର ମହାପାତ୍ର, ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ଓ ପୋଲିସ ଟିମ୍ ପ୍ରମୁଖ।ଚଢ଼ାଉ କରିଥିଲେ ।

LEAVE A REPLY

Please enter your comment!
Please enter your name here