ମଠ ବ୍ରହ୍ମପୁର ଠାରେ ନବ ବିବାହିତାଙ୍କ ଆତ୍ମହତ୍ୟା l

0
775

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) :ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠ ବ୍ରହ୍ମପୁର ଠାରେ ଶନିବାର ସନ୍ଧ୍ୟାରେ ଜଣେ ନବ ବିବାହିତ ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତକଙ୍କ ନାମ ବନିତା ମହାନ୍ତି (19) l ପ୍ରାପ୍ତ ସୂଚନା ଅନୁଯାୟୀ କଞ୍ଚଣା ଗ୍ରାମର ସ୍ବର୍ଗତ ନୀଳାଞ୍ଚଳ ସାହୁଙ୍କ ଝିଅ ବନିତା ମଠ ବ୍ରହ୍ମପୁର ଗ୍ରାମର ଦେବରାଜ ମହାନ୍ତିଙ୍କ ପୁଅ ଧର୍ମେନ୍ଦ୍ରଙ୍କୁ ଗତ ଫେବୃଆରୀ 28 ତାରିଖରେ ବିବାହ କରିଥିଲେ l ଗତକାଲି ମଧ୍ୟାହ୍ନରେ କୌଣସି କାରଣ ନେଇ ଧର୍ମେନ୍ଦ୍ର ଓ ବନୀତାଙ୍କ ମଧ୍ୟରେ ବଚସା ହୋଇଥିଲା l ସନ୍ଧ୍ୟାରେ ଘରେ କେହି ନଥିବା ସୁଯୋଗ ନେଇ ବନିତା ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ l ଏନେଇ ମୃତ ବନିତାଙ୍କ ମା’ ଆଜି ସକାଳେ କୋଦଳା ଥାନାରେ ଏତଲା ଦେଇଥିଲେ l ଏତଲାକୁ ଭିତିକରି କୋଦଳା ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ କରି ଏକ ଅପମୃତ୍ୟ ମାମଲା ରୁଜୁ କରିଥିବା ଆଇଆଇସି ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here