“ଜନତା କର୍ଫ୍ୟୁ”କୁ ଉତ୍ସାହର ସହ ପାଳିଲେ ଜନତା;ଘଣ୍ଟ,ଥାଳି ଓ ତାଳି ବଜାଇ କଲେ ସମର୍ଥନ

0
677

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : କରୋନା ଭାଇରସ କବଳରୁ ରକ୍ଷା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ “ଜନତା କର୍ଫ୍ୟୁ” ପାଳନ ପାଇଁ ନିବେଦନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନକୁ ସ୍ୱାଗତ ଜଣାଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକବାସୀ ଉତ୍ସାହର ସହ ପାଳନ କରିଥିଲେ “ଜନତା କର୍ଫ୍ୟୁ” lଫଳସ୍ୱରୂପ ବ୍ଲକର କୋଦଳା ଓ ବେଗୁନିଆପଡା ବଜାର ବନ୍ଦ ରହିବା ସହିତ ସମସ୍ତ ପଞ୍ଚାୟତର ଗ୍ରାମବାସୀ ସ୍ୱଇଚ୍ଛାରେ ଏଥିରେ ସାମିଲ ହୋଇଥିଲେ l ସକାଳଠୁ ବସଷ୍ଟାଣ୍ଡ, ରାସ୍ତାଘାଟ, ବଜାର ଘାଟ ଶୂନଶାନ ରହିଥିବା ବେଳେ ଗ୍ରାମ ଗୁଡିକରେ ଏହାର ସନ୍ତୋଷଜନକ ପ୍ରଭାବ ଦେଖିବାକୁ ମିଳିଥିଲା l ସମସ୍ତେ କବାଟ ଦେଇ ଘରେ ରହିଥିବା ବେଳେ ଦୋକାନ ଗୁଡିକ ବନ୍ଦ ରହିଥିଲା l କୌଣସି ଆଶଙ୍କାକୁ ଏଡ଼ାଇବା ପାଇଁ ବେଗୁନିଆପଡା ବିଡ଼ିଓ ଦେବବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ l କାଁଭାଁ କାହାକୁ ଦେଖିଲେ ଘରେ ରହିବାକୁ ପରାମର୍ଶ ଦେଇଥିଲେ l ଘଡିରେ ପାଞ୍ଚଟା ବାଜିବା କ୍ଷଣି ସମସ୍ତ ଜନସାଧାରଣ ଘଣ୍ଟ, ଥାଳି ଓ ତାଳି ବଜାଇ ପ୍ରତ୍ୟେକ୍ଷ ଭାବେ ଲଢେଇ କରୁଥିବା ଯୋଦ୍ଧା ମାନଙ୍କୁ ସମ୍ନାନ ଓ ଉତ୍ସାହିତ କରିଥିଲେ l ବିଶ୍ୱକୁ କରୋନା କବଳିତ କରି ରଖିଥିବାବେଳେ ଏହାର ନିଦାନ ଲାଗି କୌଣସି ଟିକା କିମ୍ବା ଔଷଧ ଅଦ୍ୟାବଧି ବାହାରିନି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଳନ କରିବା ଲାଗି ନିବେଦନ କରିଥିଲେ। ଏହାକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ ଜଣାଇଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ମୁକାବିଲା ବିଭିନ୍ନ ପଦକ୍ଷେପ ନେବା ସହ ୫ଟି ଜିଲା ୮ଟି ପ୍ରମୁଖ ସହରକୁ ୨୯ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ଜନତା କର୍ଫ୍ୟୁ ଓ ଲକ ଡାଉନର ପ୍ରଭାବ ରାଜ୍ୟର ସବୁ ଜିଲ୍ଲାରେ ପଡିଛି।