କୋଦଳା ବାର ଆସୋସିଏସନ ନିର୍ବାଚନ

0
331

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା କୋଦଳା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଘଟିକାଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା l ସମୁଦାୟ  64 ସଦସ୍ୟ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିବାବେଳେ ଗୋଟାଏ ଭୋଟ ନାକଚ ହୋଇଯାଇଥିଲା l ଏହି ନିର୍ବାଚନରେ ସଭାପତି ଭାବେ ବାଳକୃଷ୍ଣ ପଣ୍ଡା, ଉପ ସଭାପତି ଭାବେ ରତ୍ନାକର ମହାନ୍ତି ଏବଂ ସଂପାଦକ ଭାବେ ସନ୍ନ୍ୟାସୀ ସାହୁ ନିର୍ବାଚିତ ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ ଏବଂ ସହଯୋଗୀ ଆଇନିଜୀଵୀ ଭାଗିରଥି ବେହେରା ପରିଚାଳନା କରିଥିଲେ l ଚଳିତବର୍ଷ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ପର୍ଯ୍ୟାପ୍ତ ପରିମାଣରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତା ଏହି ଭୋଟିଂ ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here