ଛତିଶଗଡ : ନକ୍ସଲଙ୍କ ସହ ଗୁଳି ବିନିମୟରେ ସତର ଯବାନ ସହିଦ

0
662

ସୁକମା() ସାରାଦେଶ କରୋନାର ଭୟାଭୟତାରୁ ମୁକ୍ତି ପାଇବା ପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ନକ୍ସଲମାନଙ୍କ ନକାରାତ୍ମକ କାର୍ଯ୍ୟକଳାପ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି l ଶନିବାର ରାତିରେ ଛତିଶଗଡ ସୁକମା ଜିଲ୍ଲା ଚିନ୍ତାଗୁଫା ଜଙ୍ଗଳରେ ନକ୍ସଲମାନେ ଲୁଚିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା l କିନ୍ତୁ ନକ୍ସଲ ମାନେ ଅମ୍ବୁସ କରି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ l ଫଳରେ ଡ଼ିଆରଜିର ୧୨ ଓ ଏସଟି ଏଫର ୫ ଜଣ ଯବାନ ସହିଦ ହୋଇଥିଲେ l ଯବାନ ମାନେ ମଧ୍ଯ ପାଲଟା ଜବାବ ଦେଇଥିଲେ l କିନ୍ତୁ ନକ୍ସଲଙ୍କ ମୃତାହତର କୌଣସି ସୂଚନା ହସ୍ତଗତ ହୋଇନାହିଁ l ଗତକାଲି ୪ ଜଣ ସହିଦ ଯବାନଙ୍କ ମୃତଦେହ ମିଳିଥିବା ବେଳେ ଆଜି ବାକି ୧୩ ଜଣଙ୍କ ମିଳିଥିଲା l

LEAVE A REPLY

Please enter your comment!
Please enter your name here