ରଥଯାତ୍ରା ଓ ବନ ମହୋତ୍ସବ ଅବସରରେ ରମ୍ଭା ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ବୃକ୍ଷ ରୋପଣ

0
304

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ସହରର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ରମ୍ଭା – ବିରୂଳିଗଡ ରାସ୍ତାରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଓ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ- କଲ୍ୟାଣ ସମିତି ସହଯୋଗରେ ବନ ମହୋତ୍ସବ ପାଳିତ ହେବା ସହ ଶତାଧିକ ଅଶୋକ,ଅର୍ଜୁନ,ଅଁଳା,ନିମ, ବେଲ,ପିଜୁଳି, କଦମ୍ବ , ଓଉ, ଆମ୍ବ,ବାଦାମ,ଅସ୍ଵସ୍ଥ ଓ ବର ଇତ୍ୟାଦି ଚାରା ରୋପଣ କରାଯାଇଛି। ବନ ମହୋତ୍ସବର ଏହି ପବିତ୍ର ଅବସରରେ ଜନସାଧାରଣଙ୍କ ମଧ୍ୟରେ ପ୍ରକୃତି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବୃଦ୍ଧି,ଅବକ୍ଷୟଷ୍ଣୁ,ପରିବେଶ ମଣ୍ଡଳର ପୁନରୁଦ୍ଧାର,ଜୈବବିବିଧତାର ସୁରକ୍ଷା,ଜଳ ବାୟୁ ପରିବର୍ତନ,ତାପମାତ୍ରା ବୃଦ୍ଧି ସମସ୍ୟାର ନିରାକରଣ, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ପ୍ରକୁତିକ ସମ୍ପଦର ସୁରକ୍ଷା ଓ ମୂଲ୍ୟବାନ ପରିବେଶର ପୁନଃ ସ୍ଥାପନା ପାଇଁ ଜନ ସଚେତନତା କରାଯାଇଥିଲା।ବୈଶ୍ୱିକ ମହାମାରୀ କରୋନା କାଳର ସନ୍ତୁଳିତ ପରିବେଶରେ ଭୁତାଣୁଜନିତ ରୋଗ,ପ୍ରକୃତିପୀଡିତ ଦୁର୍ବିପାକ ମଣିଷ ସମାଜ ପାଇଁ ଆହ୍ୱାନ ହୋଇଥିବାବେଳେ ପ୍ରତ୍ୟେକ ଗ୍ରାମ ଓ ସହର ମଠ ମନ୍ଦିର ସର୍ବୋପରି ରାସ୍ତାକଡ ଏବଂ ଚାରଣ ଭୂଇଁରେ ବୃକ୍ଷ ରୋପଣ ଆଜି ଦିବସର ପବିତ୍ର କର୍ତ୍ତବ୍ୟ ଓ ସଂକଳ୍ପଦ୍ଧତାର ବାର୍ତା ବହନ କରେ। ଧରିତ୍ରୀ ମାତାକୁ ନୀଳଶାଢ଼ୀ ପିନ୍ଧେଇବାକୁ ସଂକଳ୍ପ ନେଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାନଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିନସ୍ଥ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀ ନରସିଂହ ବେହେରା , ସମ୍ମାନୀତ ଅତିଥି ଭାବେ ରମ୍ଭା ଏନ.ଏ .ସିର ପ୍ରାକ୍ତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା , ସମ୍ବାଦ ସାହିତ୍ୟ ଘର ରମ୍ଭର ସମ୍ପାଦକ ଶିକ୍ଷକ ଶେଷଦେବ ବେହେରା,ଗଣପତି ଆଇ. ଟି.ଆଇର ଅଧ୍ୟକ୍ଷ ମୋଚିରମ ବେହେରା,ଗୋ କଲ୍ୟାଣ ସମିତି ବିରୁଲିଗଡ଼ ଶାଖା ସଂଯୋଜକ ବୈରାଗୀ ତରାଇ ,ରମ୍ଭା ଶାଖା ପତାଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା,ସମାଜସେବୀ ଭୀମସେନ ବେହେରା ଯୋଗଦେଇ ଆଜି ଦିବାସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ମହାଦାରୁ ନିମ ବୃକ୍ଷ ନିଜ ବାଡ଼ିରେ ଲଗାଇବାକୁ ଆହ୍ବାନ ଦେଇଥିଲେ। ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋ-କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ମହେଶ୍ୱର ବେହେରା, ଶଙ୍କର ସାହୁ,ଲମ୍ବୋଦର ମହାନ୍ତି,ଉପେନ୍ଦ୍ର ବେହେରା,ସୁଦର୍ଶନ ଜେନା,ଶିକ୍ଷକ ନିରଞ୍ଜନ ବେହେରା, ଶିକ୍ଷକ ସମୀର କୁମାର ଅଧିକାରୀ , ରାଜ କିଶୋର ରାଓ,ଗଗନ ବେହେରା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦକ୍ଷିଣ ପୂର୍ବ ଉପଯୋନ ସଂଯୋଜକ ଡ଼ଃ ବୃନ୍ଦାବନ ମିଶ୍ର ଆଜିର କାର୍ଯ୍ୟ କ୍ରମରେ ଯୋଗ ଦେଇଥିବା ସମସ୍ତ ପରିବେଶପ୍ରେମୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ଦିନ ମାନଙ୍କରେ ହେବାକୁ ଥିଵା ବନ ମହୋତ୍ସବ ସପ୍ତାହରେ ସ୍ଥାନୀୟ ଅଂଚଳରେ ବୃକ୍ଷଗଙ୍ଗା ଅଭିଯାନରେ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ ସହଯୋଗ କରିବାପାଇଁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here