“ଜନତା କର୍ଫ୍ୟୁ”କୁ ସମର୍ଥନ କରିଲେ ୩୯ ପଞ୍ଚାୟତବାସି

0
582

ମୋହନା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତବାସି ଶାନ୍ତି ଶୃଙ୍ଖଳା ସହ ପାଳନ କରିଲେ “ଜନତା କର୍ଫ୍ୟୁ” l ସକଳ ୭ଟା ସମୟରୁ ବଜାର,ଗାଡ଼ିମଟର ବନ୍ଦ କରିବା ସହ ଲୋକେ ଘରୁ ବାହାରକୁ ବାହାରି ନଥିଲେ l ଏପରିକି ମୋହନା, ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡି, ପାଣିଗଣ୍ଡା, ନଳାଘାଟ,ଚନ୍ଦ୍ରଗିରି, ଗୋବିନ୍ଦପୁର ଅନ୍ତରବା, ସୀଙ୍କୁଳିପଦ୍ର ଆଦି ବିଭିନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଅତି ଆବଶ୍ୟକ ଦୋକାନ ଖୋଲାଯାଇଥିଲା, ପେଟ୍ରୋଲ ପମ୍ପ,ମେଡ଼ିସିନ ଦୋକାନ ଖୋଲା ରହିଥିଲା, ଗାଡ଼ି ଗୁଡିକ ଗୋଟିଏ ସ୍ଥାନରେ ଛିଡା ହାଇ ରହିଥିଲା l ମେଡିକାଲ ଗୁଡିକରେ ରୋଗୀମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା l ପୋଲିସ କର୍ମଚାରୀମାନଙ୍କୁ ସବୁ ଛକେରେ ମୃତୟନ କରାଯାଇ ଥିଲା l ତହସିଲଦାର କଲ୍ୟାଣୀ ସଙ୍ଗମିତ୍ରାଦେବୀ, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅଡ଼ବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ସମେତ କର୍ମଚାରୀମାନେ ବିଭିନ୍ନ ଗାଁ ଗହଳି ବୁଲି ଶାନ୍ତି ଶୃଙ୍ଖଳା ରକ୍ଷା ରଖିଥିଲେ l ସେପରି ଯୁବକ ସଙ୍ଘ କର୍ମକର୍ତ୍ତାମାନେ ମଧ୍ୟ୍ୟ ସାମିଲ ଥିଲେ l ସନ୍ଧ୍ୟା ୫ ସମୟରେ ସମସ୍ତେ ତାଳି ଓ ହୁଳହୁଳି ପକାଇ ପୋଲିସ,ସାମ୍ବାଦିକ,ଡାକ୍ତର, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here