କଞ୍ଚଣା ଠାରେ ନାବାଳିକାର ଗଳାକଟା ମୃତଦେହ ଉଦ୍ଧାର

0
582

କୋରାପୁଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁହାଯାଏ ଜଗତରେ ଶ୍ରେଷ୍ଠ ଯିବ ହେଉଛି ମଣିଷ l ମଣିଷର ବୁଦ୍ଧି, ବିବେକ, ଜ୍ଞାନ ଅନ୍ୟ ସବୁ ଜୀବ ଠାରୁ ତାକୁ ଅଲଗା କରିଥାଏ l କିନ୍ତୁ ଆଜିକାଲି ସମାଜରେ କେତେକ ମନୁଷ୍ୟ ନିଜର ବୁଦ୍ଧି, ବିବେକ, ଜ୍ଞାନ ହରାଇ ଅତି ତଳକୁ ସ୍ତରକୁ ଖସିଗଲେଣି l ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମରେ l ଗ୍ରାମରେ ଏକ କାର୍ ଭିତରୁ ଏକ ୬ ବର୍ଷର ଝିଅର ଗଳାକଟା ମୃତଦେହ ମିଳିଛି। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଗତକାଲି ରାତିରେ ଶିଶୁଟି ତାଙ୍କ ପରିବାର ଲୋକଙ୍କ ସହ ପଡ଼ୋଶୀ ଘରେ ଟିଭି ଦେଖୁଥିଲା। ହେଲେ କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହି ସମୟରେ ଗାଁରେ ଥିବା ଏକ ଅଚଳ କାର୍ ଭିତରୁ ତା’ର ମୃତଦେହ ଠାବ କରାଯାଇଥିଲା। କାର୍ଟି ଦେଢ଼ ବର୍ଷ ହେବ ଗାଁ ଭିତରେ ଅଚଳ ହୋଇପଡ଼ିଛି।

LEAVE A REPLY

Please enter your comment!
Please enter your name here