କୁକୁଡ଼ା ଫାର୍ମକୁ ପୋଡି ଦେଲେ ଦୁର୍ବୃତ୍ତ

0
288

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ପାଣିକେଶ୍ୱର ଗ୍ରାମର ଏକ କୁକୁଡ଼ା ଫାର୍ମକୁ ପୋଡ଼ିଦେଇଥିବା ନେଇ ଫାର୍ମ ମାଲିକ ରବିବାର ଦିନ ବୁଗୁଡା ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି। ପାଣିକେଶ୍ୱର ଗ୍ରାମର ପଦ୍ମନାଭ ସ୍ଵାଇଁ ନିଜ ଗ୍ରାମ ନିକଟରେ ଏକ କୁକୁଡ଼ା ଫାର୍ମ କରି ବ୍ୟବସାୟ କରୁଥିଲେ। ଶନିବାର ସନ୍ଧ୍ୟାରେ କେହି ଦୁର୍ବୃତ୍ତ ଶ୍ରୀ ସ୍ବାଇଁଙ୍କ କୁକୁଡ଼ା ଫାର୍ମରେ ନିଆଁ ଲଗାଇ ଦେବାଯୋଗୁଁ ଅଗ୍ନିକାଣ୍ଡ ଘଟି ବହୁ କୁକୁଡ଼ା ପୋଡି ମରିଯାଇ ଥିବା ବେଳେ ଗ୍ରାମାର ଲୋକମାନେ ନିଆଁ ଲିଭାଇ ବୋଲି ପଦ୍ମନାଭ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଏନେଇ ବୁଗୁଡା ଥାନା କେସ ନଂ ୩୭୭/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇ କୁକୁଡ଼ା ଫାର୍ମ ପୋଡ଼ିଦେବା ଅଭିଯୋଗ ରେ ସଚିନ୍ଦ୍ର ସ୍ଵାଇଁ କୁ ଗିରଫ କରାଯାଇଥିବା ସହକାରୀ ଆରକ୍ଷୀ ନିରୀକ୍ଷକ ଯୁଧିଷ୍ଠିର ମହାଙ୍କୁଡ଼ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here