ବୁଲେଟ୍ ଗାଡ଼ିରେ ନକିଲି ପୋଲିସ ଷ୍ଟିକର ମାରିବା ଅଭିଯୋଗରେ ଯୁବକ ଗିରଫ

0
384

ବ୍ରହ୍ମପୁର: ସରକାର ଯେତେ ନିୟମ କଡାକଡି କଲେ ମଧ୍ୟ ଆଜିର ଯୁବପିଢ଼ିଙ୍କ ପାଇଁ କିଛି ଖାତିର ନାହିଁ ।ଯାହା ଫଳରେ ସରକାରଙ୍କ ବିଭିନ୍ନ ନିୟମକୁ ଉଲଂଘନ କରିବା ସହ ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ନିଜର ଗାଡିର ପଛ ଭାଗ ଓ ସମ୍ମୁଖ ପଟ ନମ୍ବର ପ୍ଲେଟରେ କିଏ ଆର୍ମି ଷ୍ଟିକର ମାରୁଛି ତୋ ଆଉ କିଏ ସାମ୍ବାଦିକ ଓ ଆଇନଜୀବୀ ଷ୍ଟିକର ମାରି ଅତି ସୁରୁଖୁରୁରେ ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଛନ୍ତି lତେବେ ଆଜି ବଡ ବଜ଼ାର ପୋଲିସ ଏହିଭଳି କ୍ଷେତ୍ରରେ ଜଣେ ଯୁବକକୁ ଗିରଫ କରିବା ସହ ତାଙ୍କ ବୁଲେଟ୍ ଗାଡିକୁ ମଧ୍ୟ ଜବତ କରିଛି l ଗିରଫ ଯୁବକ ଜଣକ ହେଲେ ବଡବଜ଼ାର ଥାନା ଅନ୍ତର୍ଗତ କୋଠରୀ ମନ୍ଦିର ସାହିର ସୂର୍ଯ୍ୟ ନାରାୟଣ ସାହୁ (୩୦) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦେଶ କ୍ରମେ ସମସ୍ତ ଥାନା ପକ୍ଷରୁ କଡାକଡ଼ି ଭାବେ ଜାନ ବାହାନ ଯାଞ୍ଚ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।ଫଳରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଥାନା ପକ୍ଷରୁ ଗାଡି ଯାଞ୍ଚ ଜାରି କରାଯାଇଥିଲା । ଏହି ଚେକିଂ ସମୟରେ ବଡ଼ବଜ଼ାର ଥାନା ପୋଲିସ ପକ୍ଷରୁ ମଧ୍ୟ ରାସ୍ତାରେ ଗାଡିକୁ ଅଟକାଇ ଯାଞ୍ଚ କରିବା ସହ ହେଲମେଟ୍ ,ଗାଡିର ଆରସି ଏବଂ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ଚାଲିଥିବା ସମୟରେ ଜଣେ ଯୁବକ ରୟାଲ ଇନଫିଲଡ ଗାଡି (ଓଡ଼ି-୦୭ୟୁ-୭୬୬୬ )ନମ୍ବର ବିଶିଷ୍ଟ ଗାଡିର ପଛପଟ ପ୍ଲେଟରେ ଓଡିଶା ପୋଲିସ ଲେଖା ହେଇଥିବା ଦେଖି ସନ୍ଦେହରେ ବଡବଜ଼ାର ପୋଲିସ ଉକ୍ତ ଗାଡିକୁ ଅଟକାଇ ଗାଡିର କାଗଜ ପତ୍ର ଜବତ କରିବା ସହ ଗାଡି ଚାଳକ ସୂର୍ଯ୍ୟ ସାହୁକୁ ଏମ୍ ଭି ଆକ୍ଟ ଅନୁଯାଇ ୧୯୬/୧୭୭ ରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବଡ଼ବାଜ଼ାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି l

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here