ଏକ ବଡଧରଣର ଡକାୟତି ଯୋଜନାକୁ ପଣ୍ଡ କଲା କୋଦଳା ପୁଲିସ;୪ ଗିରଫ

0
752

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : ଗଞ୍ଜାମ ଜିଲ୍ଲା କୋଦଳା ପୁଲିସକୁ ମିଳିଛି ବଡ ସଫଳତା l ବୁଧବାର ରାତ୍ରରେ ଏକ ବଡଧରଣର ଡକାୟତି ଯୋଜନା କରୁଥିବା ପାଞ୍ଚଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ଚାରିଜଣଙ୍କୁ ଗିରଫ କରିଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଗତକାଲି କୋଦଳା ଥାନା ଅନ୍ତର୍ଗତ ମଠାସରସିଙ୍ଗି ଠାରୁ ଶାଳବଣ ସିଦ୍ଧେଶ୍ୱର ରାସ୍ତାରେ ପାଞ୍ଚଜଣ ଦୁର୍ବୁତ୍ତ ମାରଣାସ୍ତ୍ର ସହ ଏକ ବଡଧରଣର ଡକାୟତି ଯୋଜନା କରୁଥିଲେ l କୌଣସି ସୂତ୍ରରୁ ଖବର ପାଇ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ସଦଳବଳେ ଚଢ଼ାଉ କରି ଚାରିଜଣଙ୍କୁ କାବୁ କରିଥିଲେ ଏବଂ ଜଣେ ଫେରାର ହୋଇଯାଇଥିଲା l ଗିରଫ ଦୁର୍ବୁତ୍ତ ମାନେ ହେଲେ ଭଞ୍ଜନଗରର ଶିବ ପ୍ରସାଦ ଜେନା, ଗାଙ୍ଗପୁର ବରପଲ୍ଲୀର ଜିତେନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟର କାର୍ତ୍ତିକ ନାହାକ ଓ ରାମଚନ୍ଦ୍ର ମଲ୍ଲିକ l ସେମାନଙ୍କ ଠାରୁ ଚାରୋଟି ଜୀବନ୍ତ ବମ, ଦୁଇଟି ଛୁରୀ, ଦୁଇ ପକେଟ ମରିଚ ଗୁଣ୍ଡ, ଦୁଇଟି ଟର୍ଚ୍ଚ, ଚାରୋଟି କଳାମୁଖା ଏବଂ କିଛି ମହମବତୀ ଓ ଦିଆସିଲି ଜବତ କରାଯାଇଛି l ଫେରାର ହୋଇଥିବା ଆସାମୀ ଜଣକ କୋଦଳା ରେଞ୍ଜର ବଙ୍ଗଳାର ଏମ, କିରଣ ବୋଲି ଜଣାପଡିଛି l ସମସ୍ତ ଗିରଫ ଦୁର୍ବୁତ୍ତଙ୍କୁ କେସ ନଂ 74 ଭାରତୀୟ ପିଙ୍ଗଳ କୋଡ 399, 402 ଏବଂ ଇଏସ ଆକ୍ଟ 4&5 ସେକ୍ସନରେ କୋର୍ଟ ଫରୱାର୍ଡ଼ କରାଯାଇଛି l ଫେରାର ଆସାମୀ ଶୀଘ୍ର ଧରାପଡିବ ବୋଲି ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here