ଡକାୟତି ଯୋଜନା ବେଳେ ୫ ଗିରଫ,ଚୋରି ସାମଗ୍ରୀ ସହ ମାରଣାସ୍ତ୍ର ଜବତ

0
307

କୁକୁଡାଖଣ୍ଡି : ଡକାୟତି ଯୋଜନା ବେଳେ ସଦର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ମଧ୍ୟରାତ୍ରରେ ଡକାୟତି ଯୋଜନା କରୁଥିବା ବେଳେ ୫ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଆସ୍କା ଥାନା ଅନ୍ତର୍ଗତ ଚେରମାରିୟା ବ୍ରଜକୋଟ ଗ୍ରାମର ସ୍ବର୍ଗତ ନାଇଡୁ ପାତ୍ରଙ୍କ ପୁତ୍ର ଜି.ରଘୁ ପାତ୍ର (୨୦),ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ନିକଟସ୍ଥ ପଚାଲୁଣ୍ଡି ଗ୍ରାମର ସ୍ବର୍ଗତ ବିଦ୍ୟାଧର ସାହୁଙ୍କ ପୁତ୍ର ରାଜେଶ ସାହୁ (୩୦),ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ବିସ୍ଥାପିନଗର ଅଞ୍ଚଳର କେ.କୃଷ୍ଣଙ୍କ ପୁତ୍ର କେ. ଅନିଲ (୩୨), ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ଜିକିଟିପଡା ଗ୍ରାମର ସ୍ବର୍ଗତ ଗୋବିନ୍ଦ ପ୍ରଧାନଙ୍କ ପୁତ୍ର ବୃନ୍ଦା ପ୍ରଧାନ(୪୦) ଓ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ଜିକିଟିପଡା ଗ୍ରାମର ସୁକୁନ୍ ପ୍ରଧାନଙ୍କ ପୁତ୍ର ହରି ପ୍ରଧାନ ବୋଲି ସୂଚନା ମିଳିଛି ।ସେମାନଙ୍କ ନିକଟରୁ ୨ଟି ଲୁହା ଖଣ୍ଡା,୩ଟି ଲୁହା ରଡ,ଗୋଟିଏ କ୍ରୋ ବାର୍ ,୨ଟି ଟର୍ଚ୍ଚ ଲାଇଟ୍ ଜବତ କରିବା ସହ ସେମାନଙ୍କ ନିକଟରୁ ଉଦ୍ଧାର କରାଯାଇଥିବା ଗୋଟିଏ ସୁନା ହାର ୧୫.୦୮୦ ଗ୍ରାମ,ଗୋଟିଏ ସୁନା ଶଙ୍ଖା ୦୯.୭୪୦ ଗ୍ରାମ,ଆର୍ଟିକିଲ୍ ଜବତ ଫୁଲ ସହିତ ଚାରୋଟି କାନ ରିଙ୍ଗ ୦୮.୬୦୦ ଗ୍ରାମ,ଚାରୋଟି ଆଙ୍ଗୁଠି ରିଙ୍ଗ ୦୬.୬୦୧ ଗ୍ରାମ,ଗୋଟିଏ ରୂପା ପ୍ଲେଟ୍ ୫୦.୦୦୦ ଗ୍ରାମ ଏବଂ ନଗଦ ସାତ ହଜାର ଟଙ୍କା,ସମୁଦାୟ ୪୦.୦୨୧ ଗ୍ରାମ ସୁନା ଏବଂ ୫୦ ଗ୍ରାମ ରୁପା ଜବତ କରିଛି ପୋଲିସ ।ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ୨୩-୬-୨୨ ତାରିଖ ରାତିରେ ଚୋରି ମାମଲା ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ସଂଗଠିତ ହୋଇଥିଲା। ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମ ନିକଟସ୍ଥ ୧୭ନଂ ରାଜ୍ୟ ରାଜପଥ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ସମାଜ ବିରୋଧୀ ଅପରାଧୀ ଧରପଗଡ଼ ନିମନ୍ତେ ବ୍ରହ୍ମପୁର ସଦର ପୋଲିସ ପକ୍ଷରୁ ମଧ୍ୟବର୍ତ୍ତୀ ରାତିରେ ବ୍ଲକିଂ କରାଯାଇ ଯାଞ୍ଚ କରାଯାଉଥିବା ସମୟରେ ପ୍ରାୟ ଭୋର ୩ଟା ୪୫ମିନଟ ସମୟରେ ୫ଜଣ ଦୁର୍ବୁତ୍ତ ମାରାତ୍ମକ ଅସ୍ତ୍ରରେ ସଜ୍ଜିତ ହୋଇ ନୟାରା ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ପାଇବା ପରେ ସଦର ପୋଲିସ ଚଢ଼ଉ କରି ଉପରୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଅପରାଧୀ ପ୍ରବନ୍ଧରେ ଧରିବାରେ ସକ୍ଷମ ହୋଇଥିଲେ।ଉପରୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ପରେ ସେମାନେ ବ୍ରହ୍ମପୁର ରେଡିଓ ଷ୍ଟେସନର ପଛ ପାର୍ଶ୍ୱରୁ ଦଶ ଦିନ ପୂର୍ବରୁ ଏବଂ ଗୋସାଣିନୁଆଗାଁରେ ଦୁଇ ସପ୍ତାହ ପୂର୍ବରୁ ଉପରୋକ୍ତ ସୁନା ଓ ରୂପା ସାମଗ୍ରୀ ଚୋରି କରିଥିବା ସ୍ପିକାର କରିଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସଦର ଥାନା କେସ ନଂ-୨୭୦/୨୩.୬.୨୨ ୟୁଏସ୍ ୩୯୯/୪୦୨/୩୫୩ ଆଇପିସି/ଆର.ଡବ୍ଲୁ.ସେକ୍ସନ ୨୫(୧-ବି)(ବି)ଆର୍ମସ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here