ଧାଡିରେ ଠିଆ ହୋଇ କିଣିବେ ମଦ ; କରୋନା ପାଇଁ ସରକାର ଦେଲେ ନିର୍ଦ୍ଧେଶ

0
737

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ କଡ଼ା ପଦକ୍ଷେପ ନେଉଥିବା ବେଳେ ଏବେ ମଦ ଦୋକାନରେ ଧାଡ଼ିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ମଦ ଦୋକାନରେ ହିଁ ଅଧିକ ଭିଡ଼ ହୋଇଥାଏ । ଏଥି ସହିତ ମଦ ଦୋକାନରେ ଗ୍ରାହକମାନେ ଧାଡ଼ି ଲଗାଇଥିବା ବେଳେ ପରସ୍ପର ମଧ୍ୟରେ ୧ ମିଟର ଦୂରତା ରକ୍ଷା କରିବା ସହ ଗ୍ରାହକମାନଙ୍କୁ ମଦ ବୋତଲ ଦେବା ପୂର୍ବରୁ ମଦ ବୋତଲକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୂର୍ବରୁ ସ୍କୁଲ,ମଲ ଓ ସିନେମା ହଲକୁ ଏପ୍ରିଲ ୧୫ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଟ ଠାରୁ ଆରମ୍ଭ କରି ମଠ,ଶ୍ରୀମନ୍ଦିର ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଏମିତି କେତେ କଣ ବନ୍ଦ ହେଲାଣି ।

LEAVE A REPLY

Please enter your comment!
Please enter your name here