ବ୍ରାହ୍ମଣପଦରରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

0
660

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ନୟନି ନାୟକ(୫୭) ଆଜି ଅପରାହ୍ନରେ ୩ଟା ବେଳେ କୋଣସି ଏକ କାମରେ ନିଜ ଗ୍ରାମ ନିକଟସ୍ଥ ବଣ କୁ ଯାଇଥିବା ଥିଲେ ତେବେ ଫେରିବା ବେଳକୁ ହଠାତ ମେଘ ପବନ ସହ ବ୍ରଜପାତ ହେବାରୁ ସେ ସେଇ ଜାଗା ଠାରେ ହି ଟଳି ପଡିଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନୟନୀଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଭଞ୍ଜନଗର ଅଞ୍ଚଳରେ ଏହା ଆଜିର ଦିନରେ ବ୍ରଜପାତ ରେ ଦିତୀୟ ମୃତ ହୋଇଥିବା ବେଳେ ସକାଳେ ମଧ୍ୟ ହାତୀଗୁଡା ଗ୍ରାମର ଟିକି ପୋଲାଇ ନାମକ ଏକ ଯୁବତୀଙ୍କ ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଥିଲା। ପୂରା ଅଞ୍ଚଳରେ ଲଗାଣ ବର୍ଷା ସହ ବଜ୍ରପାତ ଲାଗିରହିଥିବାରୁ ଲୋକ ମାନେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି

LEAVE A REPLY

Please enter your comment!
Please enter your name here