ରାମଚନ୍ଦ୍ରପୁର ଗ୍ରାମର ସୌରୀ ନାହାକଙ୍କ ପରିବାର ଉପରେ ଆକ୍ରମଣ ଘଟଣାରେ ୬ ଗିରଫ

0
298

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକ ରେ ଥିବା ଜଳଖିଆ ଦୋକାନ ରେ ଭଙ୍ଗାରୁଜା ଏବଂ ଗୋଟିଏ ପରିବାରର ତିନି ଜଣ ଙ୍କୁ ଖଣ୍ଡା ରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଘଟଣା ରେ ପୋଲିସ ଆଜି ରାମଚନ୍ଦ୍ର ପୁର ଗ୍ରାମର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ଆକାଶ ତରେଇ, କୁନା ସାହୁ, କାଳିଆ ପ୍ରଧାନ, ପ୍ରଦୀପ ନାହାକ, ସନ୍ତ ତରେଇ, ସନ୍ତୋଷ ପ୍ରଧାନ ।ଗତ ମଙ୍ଗଳବାର ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ରାମଚନ୍ଦ୍ର ପୁର ଗ୍ରାମର ସୌରୀ ନାହାକ, ତାଙ୍କ ବାପା ଭଗି ନାହାକ ଓ ଭାଇ ରାମ ନାହାକ ଙ୍କୁ ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଲୋକ ଖଣ୍ଡା, ଭୁଜାଲି ପ୍ରଭୃତି ମାରଣାସ୍ତ୍ର ଦ୍ବାରା ଘରେ ପଶି ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲେ ।ଏଥିସହ କେଶପୁର ଛକ ରେ ଥିବା ସୌରୀ ଙ୍କ ଜଳଖିଆ ଦୋକାନ ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୫୧୯/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରି ପୋଲିସ ଅନୁସନ୍ଧାନ ଜାରି ରଖିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here