କରୋନା ସଂକ୍ରମଣ ରୋକିବା ପାଇଁ ବୁଗୁଡା ବ୍ଲକ ପ୍ରଶାସନର ତପ୍ତରତା,ପ୍ରତି ପଞ୍ଚାୟତ ଦାୟୀତ୍ୱରେ ଜଣେ ଲେଖାଏଁ ଅଧିକାରୀ , ଭଞ୍ଜନଗର ଉପଜିଲ୍ଲାପାଳ ଜାରି କଲେ ୧୪୩ ଓ ୧୪୪ ଧାରା

0
430

ବୁଗୁଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମହାମାରୀ କରୋନା ରୋଗର ସଚେତନତା ପାଇଁ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରିଥିବା ବେଳ ବୁଗୁଡା ବ୍ଲକ ପ୍ରଶାସନ ଓ ଭଞ୍ଜନଗର ସବଡ଼ିଭିଜନ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଅଫିସ ପତ୍ର ସଂଖ୍ୟା ୭୭୪ ତା୧୪/୩/୨୦ ରିଖ ପ୍ରକାରେ ବୁଗୁଡା ବ୍ଲକର ୨୧ ଗୋଟି ପଞ୍ଚାୟତ ପାଇଁ ୨୧ ଜଣ ଅଧିକାରୀଙ୍କୁ ଦାୟୀତ୍ୱ ଅର୍ପଣ କରିଛନ୍ତି। ଏହି ୨୧ ଜଣ ଅଧିକାରୀ ରବିବାର ଦିନ ନିଜ ନିଜ ଦାୟୀତ୍ୱରେ ଥିବା ପଞ୍ଚାୟତ ମାନଙ୍କରେ ସରପଞ୍ଚ, ୱାର୍ଡ ସଭ୍ୟ, ଓ ଅନ୍ୟାନ କର୍ମଚାରୀଙ୍କୁ ନେଇ ବୈଠକ କରିଛନ୍ତି। ବାହାର ରାଜ୍ୟରୁ ବା ବାହାର ଦେଶରୁ ଯଦି କୌଣସି ବ୍ୟକ୍ତି ଗ୍ରାମକୁ ଆସନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଓ ସେମାନଙ୍କୁ ଅଲଗା ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏଥିସହ ଜନସାଧାରଣଙ୍କୁ କରୋନା ରୋଗ ବିଷୟରେ ସଚେତନତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବ୍ୟକ୍ତି ବାହାର ରାଜ୍ୟ ବା ଦେଶରୁ ଆସନ୍ତି ସେମାନଙ୍କୁ ପଞ୍ଚାୟତ ହେଡ କ୍ୱାଟର ସ୍କୁଲରେ ପୁରୁଷ ଓ ମହିଳା ମାନଙ୍କୁ ଅଲଗା ଭାବେ ରଖାଯାଇ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଡ଼ିଓ ପ୍ରକାଶ କରିଛନ୍ତି।ତତସଙ୍ଗେ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ଯେ ଭଞ୍ଜନଗର ଉପଜିଲ୍ଲାପାଳ ସମଗ୍ର ଉପଖଣ୍ଡ ପାଇଁ ୧୪୩ ଓ ୧୪୪ ଧାରା ଘୋଷଣା କରିଛନ୍ତି। ଏହାଦ୍ୱାରା ବାହାରୁ ଆସୁଥିବା ବ୍ୟକ୍ତି ଯଦି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ରହିବାକୁ ରାଜି ନହୁଅନ୍ତି,ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପ୍ରଶାସନ ଉଦ୍ଦିଷ୍ଟ ସ୍ଥାନକୁ ନେଇପାରିବେ। ଏଥିସହ ବହୁ ଜନସମାଗମକୁ ମଧ୍ୟ ବାରଣ କରାଯାଇଛି। ଜନସାଧାରଣ ଏହି ମହାମାରୀ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ବିଡ଼ିଓ ଅନୁରୋଧ କରିଛନ୍ତି। ସଭାସମିତି, ଭୋଜିଭାତ,ପର୍ବପର୍ବାଣି ପ୍ରଭୃତି ପାଳନ ବେଳେ ଜମାସମାଗମକୁ ବାରଣ କରାଯାଇଛି।କାଶ,ଛିଙ୍କ ରୋଗ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅପିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here