ଗଞ୍ଜାମ ଜିଲ୍ଲାରେ ସୌର ୪ ନମନୀୟତା ପ୍ରକଳ୍ପ ଉଦଘାଟିତ, ମହିଳା କୃଷକ ସୋଲାର ଡ୍ରାୟର ବ୍ୟବହାର ଜାଣିବେ

0
151

ଛତ୍ରପୁର: ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷଠାରେ ବିଶ୍ବ ଖାଦ୍ୟ ଓ ଯୋଜନାର ଏକ ଅଂଶ ବିଶେଷ ସୌର ୪ ନମନୀୟତା ପ୍ରକଳ୍ପର ଉଦ୍ଘାଟନ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ବାରା ହୋଇଯାଇଛି । ଉଦ୍ୟାନ କୃଷି ବିଭାଗ ଅନ୍ତର୍ଗତ ଏହି କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବ । ଜିଲ୍ଲାର ସାନଖେମୁଣ୍ଡି ଏବଂ ହିଞ୍ଜିଳିକାଟୁ ବ୍ଲକ୍ ରେ ପ୍ରଥମ ପର୍ଯ୍ୟାୟ ପାଇଲଟ୍ ପ୍ରୋଜେକ୍ଟ ଏହି ସୋଲାର ୪ ନମନୀୟତା ପ୍ରକଳ୍ପ କାର୍ଯ୍ୟକାରି କରାଯିବ । ଏହି ପ୍ରକଳ୍ପ ଦ୍ବାରା କ୍ଷୁଦ୍ର ଓ ମାର୍ଜିନାଲ ଚାଷୀଗଣ ବିଶେଷ ଉପକୃତ ହୋଇ ପାରିବେ । ଫଳ ଓ ପନିପରିବା ଫସଲର ମୂଲ୍ୟ ଯୋଗାଇବା କ୍ଷେତ୍ରରେ ଚାଷୀଙ୍କୁ ଅଧିକ ମାତ୍ରାରେ ସାହାଯ୍ୟ କରିବ । ଉତ୍ପାଦନର କ୍ଷତିକୁ ହ୍ରାସ କରାଇବା ଦ୍ବାରା ଚାଷ କାର୍ଯ୍ୟରେ ନିୟୋଜିତ କୃଷକଗଣଙ୍କ ଲାଭର ବୃଦ୍ଧି କରିବା ଦିଗରେ ଅଧିକ ସହାୟକ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ବିଶ୍ବ ଖାଦ୍ୟ ଯୋଜନାର ଏକ ଅଂଶ ବିଶେଷ । ମହିଳା ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରି ଚାଷ କାର୍ଯ୍ୟରେ ସୌର ଶକ୍ତିର ବିନିଯୋଗ କିଭଳି କରିହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।
ଏହି କାର୍ଯ୍ୟକ୍ରମରେ ବିଶ୍ବ ଖାଦ୍ୟ ଓ ଯୋଜନାର ଦେଶମୁଖ୍ୟ ଏବଂ ପ୍ରତିନିଧିଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଓଡିଶା ଭୁବନେଶ୍ବର ଡଃ ପ୍ରଦୋଷ କୁମାର ପଣ୍ଡା, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଡଃ କନ୍ଦ ଜେନା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପଶୁ ସମ୍ପଦ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଉଦ୍ୟାନ କୃଷି ସହାୟକ, ସାନଖେମୁଣ୍ଡି ଓ ହିଞ୍ଜିଳି ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ । ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here