ପୁଡୁଗେଶ୍ଵରରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ

0
431

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକ କରୋନା ରୋଗର ଶିକାର ହେଉଛନ୍ତି । ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ସେଥିପ୍ରତି ସ୍ୱଚ୍ଛତାକୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ୍ ରେ ସ୍ୱଚ୍ଛଭାରତ ମିଶନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଜି.ପି ମନିଟରମାନେ ଅଣ୍ଟା ଭିଡି ଛିଡାହୋଇଛନ୍ତି । ତାରିଣି ଚରଣ ଭୂୟାଁ, ଲକ୍ଷ୍ମି ନାୟକ, ସଞ୍ଜୟକୁମାର ମହାରଣା, କାଳୁଚରଣ ପାତ୍ର, ସାଗର କୁମାର ପାତ୍ର , ଭଗବାନ ସ୍ୱାଇଁ ,ସତ୍ୟବାନ ଜେନା, ମାଧୁରୀ ମହାରଣା, ପ୍ରଭାସିନୀ ସାହୁ , ଭଗବାନ ପାଢି,ଶିବରାମ ପ୍ରଧାନ, ନଗୁରୁ ପ୍ରଧାନ, ପ୍ରଶାନ୍ତ ସ୍ଵାଇଁ, ପ୍ରଦୀପ କୁମାର ପାତ୍ର, ସସ୍ମିତା କୁମାରୀ ଦାଶ ସମେତ ପ୍ରାୟ ୨୦୦ ରୁ ଅଧିକ ଜି.ପି. ମନିଟର ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here