ଭଞ୍ଜନଗର ପ୍ରଶାସନର କରୋନା ଭୁତାଣୁ ସଂକ୍ରମଣ ସଚେତନତା କାର୍ଯ୍ୟକ୍ରମ

0
631

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ବିଭିନ୍ନ ସରକାରୀ କାଯ୍ୟାଳୟ, ଅବକାରୀ ବିଭାଗ,ପୋଲିସ ପ୍ରଶାସନ ବିଭାଗ, ବ୍ୟାଙ୍କ, ପୋଷ୍ଟ ଅଫିସ, ପରିବହନ ବିଭାଗ, ଯୋଗାଣ ବିଭାଗ, ବଣିକ ସଂଘ, ବସ ମାଲିକ ସଂଘ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ମାନଙ୍କୁ କୋରନା ଭୁତାଣୁ ଠାରୁ କିପରି ଭାବରେ ଦୁରେଇ ରହିହେବ ଓ ସତର୍କତା ଅବଲମ୍ବନ କରାଯିବ ସେ ନେଇ ଆଜି ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଭଞ୍ଜନଗର ମଧ୍ୟ ଯେପରି ଏହା ଚାଲୁ ରହିବ ସେ ନେଇ ଆଲୋଚନା ହୋଇଥିବା ବେଳେ ମହୋତ୍ସବ, ଯାତ୍ରା,ବିବାହ, ମେଳା ଭଳି ସାମାଜିକ କାର୍ଯ୍ୟକ୍ରମ କୁ ବନ୍ଦ ରଖିବା ସହ କୋଚିଂଙ୍ଗ ସେଣ୍ଟର,ବଡ଼ ବଡ଼ ଦୋକାନ ଓ ଚିକେନ୍,ମଟନ ଦୋକାନ ଆଦି ବନ୍ଦ ରଖି ବାକୁ ସ୍ଥିର କରାଯାଇଛି।ସେଇଭଳି ବସରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ଥାନା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ, ଆର.ଟି.ଓ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ଏସ.ଡି.ପିଓ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧିକ୍ଷକ ଶ୍ରୀ ସିତାଂଶୁ ଶେଖର ଶତପଥୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here