ଜୁଆ ଆଡ୍ଡାରେ ଚଢ଼ାଉ ;୧୦ ଜଣ ଜୁଆଡି ଗିରଫ

0
557

ଆସିକା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଆସିକା ପୋଲିସ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୦ ଜଣ ଜୁଆଡି,୧୦ଟି ମୋଟର ସାଇକେଲ,୧ ଲକ୍ଷ ୪୧ ହଜାର ଟଙ୍କା,୧୦ ଟି ମୋବାଇଲ ଓ ତାସ ଜବତ କରିଛି।
ସୂଚନା ଅନୁଯାୟୀ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଭାବେ ଆସିକା ଥାନା ଅନ୍ତର୍ଗତ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଚାଲିଥିବା ଏହି ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ସଂଜୟ ନାୟକ,ଚିତ୍ତରଞ୍ଜନ ସ୍ୱାଇଁ, ମୋଚିରାମ ନାହାକ, ସୁବାଷ ସ୍ୱାଇଁ, ରାଜୁ ସାହୁ, ରବୀନ୍ଦ୍ର ପାତ୍ର, ସୁଶାନ୍ତ କୁମାର ପ୍ରଧାନ, ମଙ୍ଗଳୁ ଜେନା, ସମୀର ସାହୁ ଓ ବୁଲୁ ଜେନା ।

LEAVE A REPLY

Please enter your comment!
Please enter your name here