ଗୋଆରେ ଗଞ୍ଜାମ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

0
597

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୋଆରେ ରହୁଥିବା ଗଞ୍ଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଛି । ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ପୋଲିସ ସହାୟତାରେ ଗୋଆ ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ହେଲେ ଥାନା ପିପଲପଡ଼ା ଗାଁର ରୂପେନ୍ଦ୍ର ନାୟକ ଓ ନବରଙ୍ଗପୁରର କ୍ରିଷ୍ଣା। ଯୁବତୀ ଓ ଦୁଇ ଅଭିଯୁକ୍ତ ନର୍ଥ ଗୋଆ ଅଞ୍ଚଳରେ ରହୁଥିଲେ । ଏବଂ ଉକ୍ତ ଯୁବତୀଙ୍କ ସହ କ୍ରିଷ୍ଣାଙ୍କର ପ୍ରେମ ସମ୍ପର୍କ ଥିଲା । ଗତ ଫେବ୍ରୁଆରି ୭ ତାରିଖରେ କ୍ରିଷ୍ଣା ଯୁବତୀଙ୍କୁ ଦେଖା କରିବାକୁ ଏକ ନିଛାଟିଆ ରାସ୍ତାକୁ ଡାକିଥିଲେ। ସେଠାରେ ଯୁବତୀଙ୍କୁ କ୍ରିଷ୍ଣା ଓ ରୂପେଶ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ସେଠାକାର ପଏଠାନ ସରଦୁଲ ଜଙ୍ଗଲରେ ଯୁବତୀଙ୍କ ମୃତଦେହକୁ ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲେ। ଗତ ୧୩ ତାରିଖରେ ଯୁବତୀଙ୍କ ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

LEAVE A REPLY

Please enter your comment!
Please enter your name here