ଖଣ୍ଡିଆନଇ ଠାରେ ହୋଲିଖେଳରୁ ଝଗଡା, ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର l

0
614

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) :ଗତକାଲି ଅପରାହ୍ନ ୨. ୩୦ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ଠାରେ ହୋଲିଖେଳରେ କୌଣସି କାରଣରୁ ବଚସା ହୋଇ ଦୁଇଜଣଙ୍କ ମଧ୍ୟରେ ଝଗଡା ଲାଗିବାରୁ ଜଣେ ଗୁରୁତର ହୋଇ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ଖବର ହସ୍ତଗତ ହୋଇଛି l ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଖଣ୍ଡିଆନଇ ଗ୍ରାମର ଉପେନ୍ଦ୍ର ମହାନ୍ତିଙ୍କ ପୁଅ ମିଟୁ ମହାନ୍ତି (୩୦) l ପ୍ରାପ୍ତ ବିବରଣୀରୁ ପ୍ରକାଶ ଖଣ୍ଡିଆନଇ ଗ୍ରାମରେ ହୋଲି ଖେଳ ଚାଲିଥିବାବେଳେ ଗ୍ରାମର ମିଟୁ ମହାନ୍ତି ଓ ପ୍ରକାଶ ମହାନ୍ତିଙ୍କ ପୁଅ ରାକେଶ ମହାନ୍ତିଙ୍କ (୩୦) ମଧ୍ୟରେ କୌଣସି କାରଣରୁ ବଚସା ହୋଇ ଝଗଡା ହୋଇଥିଲା l ଝଗଡ଼ାରୁ ମାରପିଟ ହୋଇ ମିଟୁ ମହାନ୍ତି ଗୁରୁତର ଆହତ ହୋଇଥିଲେ l ତାଙ୍କ ମୁଣ୍ଡରେ ପଥର ବାଜିଥିବା ପୁଲିସ ସୂତ୍ରରୁ ପ୍ରକାଶ l ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା l କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାପରେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା l ଏନେଇ ଆହତ ମିଟୁର ବାପା ଉପେନ୍ଦ୍ର ମହାନ୍ତି ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତିକରି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ରାକେଶକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି l କେସ ନଂ ୬୮/୨୦ ରେ ମାମଲା ରୁଜୁ ହୋଇଥିବା ପ୍ରକାଶ l

LEAVE A REPLY

Please enter your comment!
Please enter your name here