ସରପଞ୍ଚଙ୍କୁ ଗିରଫ ପ୍ରତିବାଦରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର।

0
675

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମୁଜାଗଡ଼ ବିଜେପି ସରପଞ୍ଚ ଶିବ ପ୍ରଧାନଙ୍କୁ ପୋଲିସ ଆକ୍ରୋଶ ମୂଳକ ଭାବରେ ଗିରଫ କରିବା ପ୍ରତିବାଦରେ ଭଞ୍ଜନଗର ବିଜେପି କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ମୁଜାଗଡ଼ ଗ୍ରାମ ପଂଚାୟତରେ ପି.ଡି.ଏସ ଚାଉଳ ଓ ଗହମ ହେରଫେର ଅଭିଯୋଗ ରେ ଗତ ୦୮.୦୩.୨୦ ତାରିଖରେ ପୋଲିସ ସରପଞ୍ଚ ଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପିଇଓ ରଜନୀ ପ୍ରଧାନ ଓ ଯୋଗାଣ ସହାୟକ ସୋମନାଥ ବେହେରାଙ୍କୁ ଗିରଫ କରିନାହିଁ। ଏହାର ପ୍ରତିବାଦ କରି ଭଞ୍ଜନଗର ବିଜେପି କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳ ସ୍ମାରକ ପତ୍ର ପ୍ରଦାନ କରି ଅଭିଯୋଗ କରିଛନ୍ତି ଯେ ଥାନା ଅଧିକାରୀ ନିରପେକ୍ଷ ତଦନ୍ତ ନକରି ଏକ ନିର୍ଦ୍ଦିଷ୍ଟ ଦଳ ସପକ୍ଷରେ ରହି ବିଜେପି ସରପଞ୍ଚଙ୍କୁ ଉଦେଶ୍ୟ ମୂଳକ ଭାବେ ଗିରଫ କରାଯାଇଛି।ତେଣୁ ଏଥି ସହିତ ଆଗାମୀ ଦିନରେ ମୁଖ୍ୟ ଅଭିଯୁକ୍ତ ମାନକୁ ଗିରଫ କରିବା ସହ ଭଞ୍ଜନଗର ଥାନା ଅଧିକାରୀଙ୍କ ବଦଳି ଦାବି କରିଛି ବିଜେପି। ଯଦି ଆଗାମୀ ଦିନରେ ସରପଞ୍ଚଙ୍କୁ ନ୍ୟାୟ ନ ମିଳେ ଓ ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛି ବିଜେପି ।

LEAVE A REPLY

Please enter your comment!
Please enter your name here