ଗିରଫ ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ ଓ ପୁଅ

0
229

ପୋଲସରା: ପୋଲସରା ଗୋପବନ୍ଧୁ ଛକଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଓ ପୁଅ ଆଶୁତୋଷ ପଣ୍ଡା ଗିରଫ ହୋଇଥିବା ଜଣାପଡିଛି। ଶ୍ରୀରାମ ଜୁଏଲର୍ସ ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟ୍ ର ସୁନା କହି ନିମ୍ନମାନର ସୁନା ଅଳଙ୍କାର ବିକ୍ରି କରିଥିଲେ। ଗ୍ରାହକ ଜଣକ ସେହି ନିମ୍ନମାନର ସୁନା ଅଳଙ୍କାର ଧରି ଦୋକାନକୁ ଯାଇ ଅଳଙ୍କାର ରଖି ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଏନେଇ ଶ୍ରୀରାମ ଜୁଏଲର୍ସ ମାଲିକ ଓ ତାଙ୍କ ପୁଅ ସୁନା କିଣିଥିବା ଗ୍ରାହକ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରଥିବା ନେଇ ପୋଲସରା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ପୋଲସରା ଅଞ୍ଚଳର ବବିତା ବେହେରା ୪/୩/୧୯ ରେ ଶ୍ରୀରାମ ଜୁଏଲର୍ସରୁ ୧୩ ଗ୍ରାମ ୯୦୦ ମିଲିଗ୍ରାମ୍ ଓଜନର ସୁନାହାର ଓ ୫ ଗ୍ରାମ୍ ୬୮୦ ମିଲିଗ୍ରାମ୍ ଓଜନର ଦୁଇଟି ସୁନା ଅଳଙ୍କାର ୨୨ କ୍ୟାରେଟ୍ ସୁନାର କ୍ରୟକରି ବିଲ ପ୍ରକାରେ ୬୧ହଜାର ୮୪୬ ତାଙ୍କ ଦେଇଥିଲେ। ବବିତା ବେହେରା ଓ ତାଙ୍କ ସ୍ବାମୀ ମନୋଜ କୁମାର ଘଡେଇ କ୍ରୟ କରିଥିବା ସୁନା ଗୁଡିକ କଳା ପଡିବାରୁ ସାଙ୍ଗରେ ନେଇ ୧୫ ତାରିଖ ଦିନ ଶ୍ରୀରାମ ଜୁଏଲର୍ସ ଯାଇ ଉକ୍ତ ସୁନାର ଟଙ୍କା ଫେରସ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଯାହାକୁ ନେଇ ଦୋକାନ ମାଲିକ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ କ୍ରୟ କରିଥିବା ଗ୍ରାହକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମହିଳା ଗ୍ରାହକଙ୍କ ସ୍ବାମୀ ପ୍ରତିବାଦ କରିବାରୁ ଉଭୟ ମାଲିକ ବିନୋଦ ବିହାରୀ ପଣ୍ଡା ଓ ତାଙ୍କ ପୁଅ ଆଶୁତୋଷ ପଣ୍ଡା ମିଳିତ ଭାବେ ଅତର୍କିତ ଆକ୍ରମଣ କରିଥିଲେ । ଏନେଇ ପୋଲସରା ପୋଲିସ ଥାନାରେ ୨୭୧/୨୩ ରେ ଏକ କେସ ରୁଜ୍ଜୁ କରାଯାଇ ଅନୁସନ୍ଧାନ ପରେ ଶ୍ରୀରାମ ଜୁଏଲର୍ସର ବାପା ଓ ପୁଅଙ୍କୁ ଗିରଫ କରାଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here