ହୋଲି ଛାଡି ଡ୍ରେନ ସଫା କଲେ ଯୁବ ଗୋଷ୍ଠୀ ।

0
540

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ଉପକଣ୍ଠ ଲଣ୍ଡେଇସାହି ର କିଛି ଯୁବ ଗୋଷ୍ଠୀ ଆଜି ହୋଲି ଉତ୍ସବକୁ ଭୁଲି ଡ୍ରେନ ସଫେଇ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ ଲଣ୍ଡେଇସାହି ମୁଖ୍ୟ ରାସ୍ତା କଡ ଡ୍ରେନରେ ମଇଳା ଭରି ହୋଇ ରହିଥିବା ବେଳେ ସଫେଇ କରିବା ନେଇ ପଂଚାୟତ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନି। ତେଣୁ ବର୍ଷା ଯୋଗୁଁ ଡ୍ରେନ ରେ ମଇଳା ପାଣି ପଶି ବାହାରି ନପାରି ରାସ୍ତା ଉପରେ ଏଣେ ତେଣେ ଭାସୁ ଥିଲା। ଏବଂ ଲୋକ ମାନେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବର୍ତ୍ତମାନ କୋରନା ଭୂତାଣୁ ଆତଙ୍କ ସୃଷ୍ଟି କରୁଥିବା ବେଳେ ଯୁବ ଗୋଷ୍ଠୀ ମାନେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here