ରାଗପୁର ଠାରେ ବାଇକ ସହ ଧକ୍କା ହୋଇ ଜଣେ ମୃତ ଓ ବାଇକ ଆରୋହୀ ଆହତ l

0
466

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ଠାରୁ ସୁମଣ୍ଡଳ ରାସ୍ତାର ରାଗପୁର ଛକ ଠାରେ ଗତ କାଲି ବିଳମ୍ବିତ ରାତିରେ ଏକ ବାଇକ୍ ସହ ଧକ୍କା ହୋଇ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ମୃତକଙ୍କ ନାମ ବୁଲୁ ପରିଡା (୩୮) ଓ ଆହତଙ୍କ ନାମ ଭାଗବାନ ଗଉଡ l ଉଭୟଙ୍କ ଘର ନିମିନା l ପ୍ରାପ୍ତ ସୂଚନା ଅନୁଯାୟୀ ବୁଲୁ ନିଜ ଗ୍ରାମ ନିମିନା ଠାରୁ ନାଚ ଦେଖିବା ପାଇଁ ନୂଆଗାଁ ଯାଉଥିବା ବେଳେ ଭଗବାନ ନୂଆଗାଁରୁ ନିଜ ବାଇକ (ଓ ଡି ୦୭ ଏ ବି ୫୪୩୩) ଯୋଗେ ନିଜ ଗ୍ରାମକୁ ଫେରିବା ବେଳେ ରାଗପୁର ଛକ ଠାରେ ଭାରସମ୍ୟ ହରାଇ ବୁଲୁକୁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ବୁଲୁ ମୃତ୍ୟୁ ବରଣ କରିବା ସହ ଭଗବାନ ଆହତ ହୋଇଥିଲେ l ଉଭୟଙ୍କୁ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆ ଯାଇଥିଲା l ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଵା ସହ ବାଇକକୁ ଜବତ କରିଛନ୍ତି l

LEAVE A REPLY

Please enter your comment!
Please enter your name here