ନିର୍ମଳଝର ରେ ବୋମା ଫୁଟି ଜଣେ ମୃତ ,ଜଣେ ଗୁରୁତର

0
514

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ନିର୍ମଳଝର ଠାରେ ଆଜି ସନ୍ଧ୍ୟାବେଳେ ଏକ ମଟର ସାଇକେଲରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯିବା ରୁ ସେମାନେ ଧରି ଥିବା ବୋମା ବିସ୍ଫୋରଣ ହେବାରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ନୂଆ ଫାସୁଳା ଗ୍ରାମର ମିଣ୍ଟୁ ମହାରଣା(୨୨)ଓ ତୁଳସୀପୁର ଗ୍ରାମର ସିଲୁ ପାହାନ(୨୦)ଏକ ବାଇକ ନମ୍ବର ଓଡ଼ି ୦୭ ଆର ୦୧୮୦ରେ ଦ୍ରୁତ ଗତିରେ  ଭରଷା ନିକଟବର୍ତ୍ତୀ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଭରି କରିବା ପାଇଁ ଯାଉଥିଲେ । ନିର୍ମଳଝର ଛକ ଠାରେ ଗାଡିଟି ଭାରସାମ୍ୟ ହରାଇ ଦୁହେଁ ତଳେ ପଡି ଯାଇଥିଲେ ।ଫଳରେ ସେମାନେ ଧରିଥିବା ବୋମା ପ୍ରଚଣ୍ଡ ବିସ୍ଫୋରଣ କରିଥିଲା । ଉକ୍ତ ବିସ୍ଫୋରଣ ରେ ଘଟଣା ସ୍ଥଳରେ ମଣ୍ଟୁ ମହାରଣାଙ୍କ ଗୋଟିଏ ହାତ ଶରୀର ରୁ ଛିଣ୍ଡି ଯାଇ ଖଣ୍ଡେ ଦୂର ରେ ପଡି ଥିବା ବେଳେ ଶୋଚନୀୟ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟତମ ଆରୋହି ଯୁବକ ସିଲୁ ପାହାନ ଗୁରୁତର ଭାବେ ଆହତ ହେଇଥିଲେ । ଗୁରୁତର ଆହତକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଯୁବକ ଦ୍ବୟ ହାତ ବୋମା ଧରି କୌଣସି ହିଂସା କାଣ୍ଡ ଭିଆବାକୁ ଯାଉଥିଲେ ନା ଅନ୍ୟ କୌଣସି ଅପରାଧୀ ଗ୍ୟାଙ୍ଗ କୁ ହାତ ବୋମା ଯୋଗାଇବା ଯୋଜନା ରେ ଥିଲେ ସେ ନେଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଘଟଣା ସ୍ଥଳରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ଦାସ,ଏସଡିପିଓ ଗୌତମ କିଷାନ ,ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ସାହୁ ଙ୍କସମେତ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ଅଧିକ ତଦନ୍ତ ଜାରି ରଖିଛନ୍ତି । ଏହା ସମ୍ପର୍କରେ ଖଲ୍ଲିକୋଟ ଥାନାରେ ମକଦ୍ଦମା ରୁଜୁ କରାଯାଇ ଘଟଣା ସ୍ଥଳରୁ ହାତ ବମା ବ୍ୟବହୃତ ଅଂଶ ବିଶେଷ କୁ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here