କୁଲାଡ ଆନ୍ଧ୍ର ବ୍ୟାଙ୍କରୁ ଭିନ୍ନ ତରିକାରେ ଲୁଟ, ନକଲି ସୁନା ଦ୍ୱାରା ପ୍ରାୟ ୫ କୋଟି ଟଙ୍କାର ଋଣ

0
899

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଆଜିକାଲି ଖବର କାଗଜ ଓଲଟାଇଲେ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ, ରାହାଜାନି, ଚୋରୀ, କଳାବଜାରୀ ଆଦି ହେଉଥିବାର ନଜର ଆସୁଛି l ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଠାରେ ଏକ ଅଜବ କାଇଦାରେ ଠକେଇ ହୋଇଛି ଯାହାକି ଲୁଟ କହିଲେବି ଅତ୍ୟୁକ୍ତି ହେବନି l କୁଲାଡ଼ ସ୍ଥିତ ଆନ୍ଦ୍ର ବ୍ୟାଙ୍କରେ ଗୋଲ୍ଡ ଲୋନ ନାମରେ ଠକେଇ ହୋଇଛି l ପିତଳକୁ ସୁନା କହି, ପାଖା ପାଖି ୫ କୋଟି ଟଙ୍କାର ଚୁନା ଲଗାଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ପାଇବା ପରେ ଭୁବନେଶ୍ୱର ଓ ବ୍ରହ୍ମପୁରରୁ ଆନ୍ଧ୍ର ବ୍ୟାଙ୍କର ବରିଷ୍ଠ ଅଧିକାରୀ କୁଲାଡ ଆନ୍ଧ୍ରବ୍ୟାଙ୍କକୁ ଯାଇ ତଦନ୍ତ କରୁଛନ୍ତି ।ସୂଚନା ଅନୁସାରେ, କିଛି ବ୍ୟାଙ୍କ କର୍ମଚାରୀ ଓ ସୁନା ଦୋକାନୀର ସହଯୋଗରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରେ କୁଲାଡ ଆଖପାଖ ଗାଁର ୩୫ରୁ ୪୦ ଜଣ ବ୍ୟାଙ୍କରେ ସୁନା ରୁଣ ଆବେଦନ କରିଛନ୍ତି । ତେବେ ବଡ କଥା ହେଉଛି ଟଙ୍କା ପରିଶୋଧ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ନୋଟିସ ଦେବା ପରେ ଲୋକେ ଜାଣିଛନ୍ତି ତାଙ୍କ ନାମରେ ସୁନା ରୁଣ କରାଯାଇଛି l ଅନ୍ୟପଟେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ନିର୍ଦ୍ଧିଷ୍ଟ ସମୟରେ ସୁଧ ପରିଶୋଧ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଯେଉଁ ଲୋକଙ୍କୁ ନୋଟିସ ଆସିଛି, ସେମାନେ ରୁଣ ବାବଦରେ କିଛି ଜାଣି ନାହାନ୍ତି ଓ ରୁଣ ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି l ସଠିକ ତଦନ୍ତ କଲେ ପ୍ରକୂତ ଦୋଷୀ ସାମନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି l

LEAVE A REPLY

Please enter your comment!
Please enter your name here