ବିଜେପି ଘୁମୁସର ଜିଲ୍ଲା ସଭାପତି ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ବିଜେପି ରୁ ଇସ୍ତଫା ଦେଲେ ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚ ସଭାପତି

0
319

ଗଞ୍ଜାମ: ଗଞ୍ଜାମ ଘୁମୁସର ଜିଲ୍ଲା ବିଜେପି ରେ କମ୍ପନ l ଜିଲ୍ଲା ସ୍ତରୀୟ ଦଳୀୟ କାର୍ଯ୍ୟକଳାପ ଓ ଜିଲ୍ଲା ସଭାପତି ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଦଳରୁ ଇସ୍ଥାଫା ଦେଲେ ବିଜେପି ଘୁମୁସର ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା l ଆଜି କୋଦଳା ରେଞ୍ଜର ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ପ୍ରମୋଦ ପଣ୍ଡା l ଏହା ସହିତ ରାଜ୍ୟ ବିଜେପି ଓବିଶି ମୋର୍ଚା ସଂଯୋଜକ ତଥା ଗଜପତି ଜିଲ୍ଲା ଓବିଶି ମୋର୍ଚା ପ୍ରଭାରୀ ବନୀନ୍ଦ୍ର ସାହୁ ନିଜ ପଦ ଓ ବିଜେପି ସଦସ୍ୟ ପଦରୁ ଇସ୍ଥପା ଦେଇଥିବା ବେଳେ ସେମାନଙ୍କ ଇସ୍ଥପା ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି l ବିଜେପି ସାଙ୍ଗଠନିକ ଘୁମୁସର ଜିଲ୍ଲା ସଭାପତି ବହୁ ଦିନରୁ କର୍ମୀମାନ ଙ୍କୁ ଅବହେଳା କରିବା ସହିତ ଦଳର ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଦଳକୁ ଅବନତି ଆଡକୁ ନେଉଥିବା ଅନୁଭବ କରି ଆଜି ନିଜ ପଦ ଓ ବିଜେପି ପ୍ରାଥମିକ ସଦସ୍ୟ ରୁ ଇସ୍ଥଫା ଦେଇଥିବା ସୂଚନା ଦେଇଥିବା ବେଳେ ସେ କୌଣସି ରାଜନୈତିକ ଦଳ ସହ ଯୋଗଦେବାର କାର୍ଯ୍ୟକ୍ରମ ନାହିଁ l ଯଦି ଆଗାମୀ ଦିନରେ କେହୁଁ ଦଳରେ ସାମିଲ ହୁଅନ୍ତି ତେବେ ସୂଚନା ଦେବା ନେଇ କହିଛନ୍ତି ପ୍ରମୋଦ କୁମାର ପଣ୍ଡା l

LEAVE A REPLY

Please enter your comment!
Please enter your name here