ଆସିକା ପୋଲିସ ହାତରେ ଆଉ ଜଣେ ନକଲି ଶିକ୍ଷକ

0
747

ଆସିକା (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା) : ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ପୁଣି ସଫଳତା ମିଳିଛି । ଆଜି ଆଉ ଜଣେ ନକଲି ଶିକ୍ଷକ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ,ଅଭିଯୁକ୍ତ ଜଣକ ଆସିକା କଲେଜ ଛକ ବାସିନ୍ଦା ତଥା ସାହାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଗତ ୨୦୦୭ ମସିହାରୁ କାର୍ଯ୍ୟରତ ଶିବରାମ ପଣ୍ଡା (୪୬)। ସେ ନକଲି ପ୍ରମାଣପତ୍ର ଦାଖଲ କରି ଚାକିରି କରୁଥିବା ନେଇ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କୃତିବାସ ବାରିକ ଥାନାରେ ଏତଲା ଦେଇଥିଲେ। ଥାନାଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସୂଚନା କ୍ରମେ ବର୍ତ୍ତମାନ ସୁଦ୍ଧା ୨ ଶିକ୍ଷକ ଫେରାର ଥିଲାବେଳେ ଏହି କାର୍ଯ୍ୟରେ ସହଯୋଗ କରିଥିବା ଆହୁରି କେତେକ ବ୍ୟକ୍ତି ଫେରାର ଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ । ଆସିକା ଥାନାରେ କେସ୍ ନମ୍ବର ୪୬୬/୨୦୨୦ ପ୍ରକାରେ ୫ ଜଣ ଶିକ୍ଷକଙ୍କ ନାମରେ ଓ କେସ୍ ନମ୍ବର ୨୧/୨୦ ପ୍ରକାରେ ଦୁଇ ଜଣ ଶିକ୍ଷକଙ୍କ ନାମରେ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଜଣରୁ ଅଧିକ ନକଲି ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଆସିକା ପୋଲିସ । ଗତ ୨୯ ତାରିଖରେ ଆସିକା ପୋଲିସ ଜାଲ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ବ୍ୟବହୃତ କମ୍ପ୍ୟୁଟର, ହାର୍ଡଡିସ୍କ ଓ ବହୁ ପରିମାଣ ନକଲି ପ୍ରମାଣପତ୍ର ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here