ଗୁଳି ଭର୍ତ୍ତି ବନ୍ଧୁକ ଜବତ ସହ ଦୁଇ ଯୁବକ ଗିରଫ

0
292

ବେଲଗୁଣ୍ଠା: ରାତି ପାହିଲେ ବେଲଗୁଣ୍ଠାରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ପୋଲିସ୍ କୌଣସି ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ପେଟ୍ରୋଲିଂକୁ ଜୋରଦାର୍ କରିଛି I ଏହି କଡ଼ା ପେଟ୍ରୋଲିଂର ଶିକାର ହୋଇଛନ୍ତି ଗୁଳି ଭର୍ତ୍ତି ବନ୍ଧୁକ ଧରି ବୁଲୁଥିବା ଦୁଇ ଯୁବକ I ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ପୋଲିସ୍ ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟ ରାସ୍ତାରୁ ସ୍ଥାନୀୟ ଠେଙ୍ଗାଧର ଗ୍ରାମର ରଞ୍ଜନ କୁମାର ନାୟକ ଏବଂ ଜଗତସିଂହପୁର ଜିଲ୍ଲା ନୂଆଁଗାଆଁ ଥାନା ଅନ୍ତର୍ଗତ ଗାଙ୍ଗଦା ଗ୍ରାମର ବିମଳ ମହାନ୍ତିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଛଅ ରାଉଣ୍ଡ୍ ଗୁଳି ସହ ଏକ ପିସ୍ତଲ୍ ଜବତ କରିଛି I ଉଭୟଙ୍କ ବିରୁଦ୍ଧରେ 60/22 ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here